ଦେଓଗାଁ: ବିବାହକୁ ବର୍ଷେ ବିତିନି ଶାଶୂଘରେ ନବ ବଧୂର ଜୀବନ ଚାଲିଯାଇଛି। ଆଜି ସେ ପରିବାର ଲୋକଙ୍କ ସହ ମିଶି ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଭଳି ଏକ ଘଟଣା ବଲାଙ୍ଗୀରଜିଲ୍ଲା ତୁଷୁରା ଥାନା ଅଞ୍ଚଳରୁ ଆସିଛି। ତେବେ ଏହି ହତ୍ୟାକାଣ୍ଡ ପଛରେ ସ୍ୱାମୀର ପରକୀୟା ପ୍ରୀତି ରହିଥିବା ଆଲୋଚନା ହେଉଛି। ଏନେଇ ପୁଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଛି।ମିଳିଥିବା ସୂଚନା ମତେ, ବଲାଙ୍ଗୀର ବାଗଭାଡି ଗାଁର ଅନୁପମା ମହାନନ୍ଦଙ୍କୁ ତୁଷୁରା ଥାନା ମହିପୁର ଗାଁର ମାଇଦାନ୍ତୁ ମହାନନ୍ଦ ୧୦ମାସ ତଳେ ବୈଦିକ ରୀତିନୀତିରେ ବିବାହ କରିଥିଲେ। କିନ୍ତୁ ଗତ ରାତିରେ ତାଙ୍କ ସ୍ତ୍ରୀକୁ ନିଜେ ତଣ୍ଟି ଚିପି ହତ୍ୟା କରିଥିବା ପରିବାର ଲୋକ ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି। ଏପରି କି ସ୍ତ୍ରୀକୁ ଗୁରତର ଦର୍ଶାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଫେରାର ହୋଇଥିଲେ ବୋଲି ସମ୍ପର୍କୀୟ ଭାଇ ସୁମନ୍ତ ନାଗ ସୂଚନା ଦେଇଛନ୍ତି। ମୃତଦେହ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବେଳେ ତୁଷୁରା ପୁଲିସ ୩ଜଣଙ୍କୁ ଅଟକ ରଖିଛି। ଏପଟେ ଖବର ପାଇ ସାଇଣ୍ଟିଫିକ୍ ଟିମ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତଦନ୍ତ କରୁଥିବା ଜଣାପଡିଛି।










