32.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ

ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ବାଲେନ ଶାହଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି, ଆପଣଙ୍କ ନିଯୁକ୍ତି ନେପାଳର ଲୋକଙ୍କ ଦ୍ୱାରା ଆପଣଙ୍କ ନେତୃତ୍ୱ ଉପରେ ଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି । ଆମ ଦୁଇ ଦେଶର ଲୋକଙ୍କପାରସ୍ପରିକ ଲାଭ ପାଇଁ ଭାରତ- ନେପାଳ ବନ୍ଧୁତା ଓ ସହ ଯେଗ କୁ ଆହୁରି ଉଚ୍ଚତାକୁ ନେବା ପାଇଁ ମୁଁ ଆପଣଙ୍କ ସହ ଘନିଷ୍ଠ ଭାରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି । ଚଳିତ ମାସେ ଆରମ୍ଭରେ ଶାହଙ୍କ ନେତୃତ୍ୱରେ ଆରଏସପି ସଂସଦୀୟ ନିର୍ବାଚନରେ ଏକ ଚମତ୍କାର ବିଜୟ ଲାଭ କରିଥିଲା । ଏହା ହାଉସ ଅଫ ରିପ୍ରେଜେଣ୍ଟିଭ ର ୨୭୫ଟି ଆସନ ମଧ୍ୟରୁ ୧୮୨ଟି ହାସଲ କରିଥିଲା । ଗତ ବର୍ଷ ହୋଇଥିବା ହିଂସାତ୍ମକ ଜେନ ଜେଡ ବିକ୍ଷୋଭ ପରେ ପ୍ରଥମ ସାଧାରଣ ସାଧାରଣ ନିର୍ବାଟନରେ ପାରମ୍ପରିକ ଦଳଗୁଡିକ ବିପଯ୍ୟର ସମ୍ମୁଖୀନ ହୋଇଥଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking