କନ୍ଧମାଳ: ଶୁକ୍ରୁର ଆତ୍ମ ସମର୍ପଣ ପରେ ଆଣ୍ଟି ନକ୍ସଲ ଅପରେସନ ଏଡିଜି ସୂଚନା ଦେଇ କହିଛନ୍ତି ଯେ, ନକ୍ସଲ ବିରୋଧୀ ଲଢେଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ସାରିଛି । ନକ୍ସଲ ବିରୋଧୀ ଲଢେଇରେ ୨୩୯ ପୋଲିସ ସହିଦ ହୋଇଛନ୍ତି । ଏମାନଙ୍କର ବଳିଦାନ ପାଇଁ ଆଜି ଆମେ ଏଠାରେ ପହଞ୍ଚଞ୍ଚି ସାରିଛୁ । କନ୍ଧମାଳ ଜିଲ୍ଲାରେ ଆଉ ମାତ୍ର ୮ରୁ ୯ ଜଣ ନକ୍ସଲ ରହି ଯାଇଛନ୍ତି । ଯେଉଁମାନେ ରହି ଯାଇଛନ୍ତି ଆସନ୍ତା ୩୧ ପୂର୍ବରୁ ଆତ୍ମ ସମର୍ପଣ କରନ୍ତୁ । ସେମାନଙ୍କୁ ସରକାରଙ୍କ ଘୋଷଣା ଅନୁସାରେ ସୁବିଧା ସୁଯୋଗ ମିଳିବ । ଶୁକ୍ରୁ ଓ ତାର ୪ ସହଯୋଗୀ ମୁଖ୍ୟସ୍ରୋତରେ ସାମିଲ ହୋଇଥିବାରୁ ସ୍ୱାଗତ କରାଯାଇଛି । ଶୁକ୍ରୁ ପାଇଁ ୫୫ ଲକ୍ଷ ଓ ଅନ୍ୟ ସହଯୋଗୀଙ୍କ ମିଶାଇ ୬୬ ଲକ୍ଷ ଦିଆଯିବ । ବନ୍ଧୁକ ସହ ସେମାନେ ଆତ୍ମ ସମର୍ପଣ କରିଛନ୍ତି, ଗୋଟିଏ ଏକେ- ୪୭ ରହିଛି ।










