30.1 C
Bhubaneswar
Wednesday, March 25, 2026
Homeଓଡିଶାଆତ୍ମସମର୍ପଣ କଲେ ଶୁକ୍ରୁ ସହ ୪ ମାଓବାଦୀ

ଆତ୍ମସମର୍ପଣ କଲେ ଶୁକ୍ରୁ ସହ ୪ ମାଓବାଦୀ

କନ୍ଧମାଳ: ଫୁଲବାଣୀ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ମାଓ ନେତା ଶୁକ୍ରୁ । ଶୁକ୍ରୁ ସହ ଆତ୍ମ ସମର୍ପଣ କରିଥିବା ଅନ୍ୟ ୪ ମାଓବାଦୀ ଙ୍କୁ ଫୁଲ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡା । ଜିଲ୍ଲାର ଅନ୍ୟ ବରିଷ୍ଠ ପୋଲିସ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସ୍ୱାଗତ କରାଯାଇଛି । ହାର ମାନିଲା ଟପ ମାଓ ନେତା ଶୁକ୍ରୁ । କନ୍ଧମାଳ ପୋଲିସ ପାଖରେ ସରେଣ୍ଡର କଲା ଶୁକ୍ରୁ । ଶୁକ୍ରୁ ସହ ୪ ସହଯୋଗୀ ଓ ଏକେ- ୪୭ ସହ ଆତ୍ମସମର୍ପଣ କରିଛନ୍ତି । ଶୁକ୍ରୁ ମୁଣ୍ଡ ପିଛା ଥିଲା ୫୫ ଲକ୍ଷ ଟଙ୍କାର ପୁରସ୍କାର । ୨୦ ବର୍ଷ ଧରି ଲାଲବାହିନୀରେ ସକ୍ରିୟ ଥିଲା ଶୁକ୍ରୁ । ସିପିଆଇ ମାଓବାଦୀ ରାଜ୍ୟ କମିଟି ସଦସ୍ୟ ଥିଲା । ଉଭୟ କେକେବିଏନ ଓ ବିଜିଏନ ସଂଗଠନ ପାଇଁ କାର୍ଯ୍ୟ କରୁଥିଲା । ଶୁକ୍ରୁର ଘର ମାଲକାନଗିରିରେ । ସେ କନ୍ଧମାଳରେ ସକ୍ରିୟ ରହୁଥିଲା ।ମୂଳୋତ୍ପାଟନର ଶେଷ ପର୍ଯ୍ୟାୟରେ ଲାଲ ସଂଗଠନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking