26.1 C
Bhubaneswar
Wednesday, March 25, 2026
Homeଓଡିଶା୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଆଜି ମାଷ୍ଟରକ୍ୟାଂଟିନ ଛକରେ ରାଜ୍ୟସଭା ଘୋଡ଼ା ବେପାରରେ ସାମିଲ ହୋଇଥିବା ନିଲମ୍ବିତ କଂଗ୍ରେସ ବିଧାୟକ ରମେଶ ଜେନା, ଦାଶରଥି ଗମାଙ୍ଗୋ ଓ ସୋଫିଆ ପିର୍ଦ୍ଦୋଶଙ୍କର କୁଶପୁତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଧ୍ୟ ଘୋଡ଼ା ବେପାର କରିଥିବା ସାଂସଦ ଦିଲ୍ଲୀପ ରାୟଙ୍କ କୁଶପୁତଳିକାକୁ ଦାହ କରାଯାଇଥିଲା । ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର କହିଲେ ଯେ ଦିଲ୍ଲୀପ ରାୟ କେବେ ବିଜେପିରେ ନଥିଲେ କେହି ଜାଣନ୍ତି ନାହିଁ, ସେ ସ୍ୱାଧୀନ ପ୍ରାର୍ଥୀ ନୁହନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଦଳର ନୀତି, ନିଷ୍ପତ୍ତି, ନିର୍ଦ୍ଦେଶ ଓ ଶୃଙ୍ଖଳାକୁ ଭଙ୍ଗକରି ଯେଉଁ ୩ ଜଣ କଂଗ୍ରେସ ବିଧାୟକ ଦିଲ୍ଲୀପ ରାୟଙ୍କୁ ରାଜ୍ୟସଭା ଭୋଟ ଦେଲେ ସେଥିରେ ଜନନାୟକ ରାହୁଲ ଗାନ୍ଧୀଜୀ, ଏଆଇସିସି ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେଜୀ ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଜୀଙ୍କ ପ୍ରତି ବିଶ୍ୱାସଘାତକତା ହୋଇଛି । ସ୍ୱାଧୀନ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କୁ ଭୋଟ ଦେବାପାଇଁ ଏଆଇସିସିର ସଂପୂର୍ଣ୍ଣ ନିର୍ଦ୍ଦେଶ ରହିଥିଲା । ତେଣୁ କଂଗ୍ରେସ ଦଳର ନିର୍ଦ୍ଦେଶକୁ ଅମାନ୍ୟକରି ଯେଉଁ ବିଧାୟକମାନେ ବିଜେପି ସମର୍ôଥତ ବା ବିଜେପି ଦଳର ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛନ୍ତି ସେମାନେ କଂଗ୍ରେସ ଦଳର ବିରୋଧି ଏବଂ ଦଳପ୍ରତି ବିଶ୍ୱାସଘାତକତା କରିଛନ୍ତି । ପ୍ରଦେଶ ଯୁବ କଂଗ୍ରେସ ସେମାନଙ୍କର ଏତାଦୃଶ ହୀନ କାର୍ଯ୍ୟକୁ ନିନ୍ଦା କରୁଛି । ଅନ୍ୟପକ୍ଷରେ ଘୋଡ଼ା ବେପାର ମାଧ୍ୟମରେ ଦିଲ୍ଳୀପ ରାୟଙ୍କର ବିଜୟ ଗଣତନ୍ତ୍ର ପତି କୁଠାରଘାତ ବୋଲି ଶ୍ରୀ ପାତ୍ର କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ବିଜେପି ଦଳ ଏବଂ ବିଜେପି ସରକାର ସବୁବେଳେ ଗଣତନ୍ତ୍ର ବିରୋଧି କାର୍ଯ୍ୟ କରିଥାନ୍ତି । ଓଡ଼ିଶାର ଜନସାଧାରଣ ଘୋଡ଼ାବେପାରୀ ସାଂସଦ ଶ୍ରୀ ରାୟ ଏବଂ ଘୋଡ଼ା ବେପାରରେ ସାମିଲ କଂଗ୍ରେସର ନିଲମ୍ବିତ ୩ ବିଧାୟକଙ୍କ କାର୍ଯ୍ୟକୁ ଘୃଣା କରୁଛନ୍ତି । ଗଣତନ୍ତ୍ରର ସୁରକ୍ଷା ପାଇଁ ଯୁବ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ଶ୍ରୀ ପାତ୍ର କହିଛନ୍ତି ।ଏହି କାର୍ଯ୍ୟକ୍ରମରେ ସୁଦିପ ସାମଲ, ସତ୍ୟଜିତ ପଟ୍ଟନାୟକ, ଆଲୋକ ଦାସ, ସୁରଜ ରାଉତ, ବଳରାମ ନନ୍ଦ, ବିଶ୍ୱଜିତ ସ୍ୱାଇଁ, ବଟକୃଷ୍ଣ ରାଉତରାୟ, ସଂକୁନା କହଁର, ବିରଞ୍ôଚ ବାରିକ, ସାଇ ରଞ୍ଜନ ପଟ୍ଟନାୟକ, କାର୍ତ୍ତିକେଶ୍ୱର କାଣ୍ଡି, ସୁନିଲ ସାହୁଙ୍କ ସହ ଶତାଧିକ ଯୁବକଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking