26.1 C
Bhubaneswar
Monday, August 24, 2026
Homeଦେଶ ବିଦେଶରୋପୱେ ଟ୍ରଲି ଖସି ପଡ଼ି ଜଣେ ମହିଳା ମୃତ

ରୋପୱେ ଟ୍ରଲି ଖସି ପଡ଼ି ଜଣେ ମହିଳା ମୃତ

ଛତିଶଗଡ଼:  ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ରୋପୱେ ଦୁର୍ଘଟଣା ଘଟି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ପାହାଡ଼ ଶୀର୍ଷରେ ଥିବା ମନ୍ଦିରକୁ ନବରାତ୍ରି ଅବସରରେ ଶ୍ରଦ୍ଧାଳୁମାନେ ଯାଇଥିବାବେଳେ ‌ଫେରିବା ସମୟରେ ରୋପୱେର କେବୁଲ ଛିଡ଼ି ଟ୍ରଲି ଖସି ପଡ଼ିବା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ ରବିବାର ବାଗବାହାରାର ଖାଲାରୀ ଗ୍ରାମରେ ଖାଲାରୀ ମାତା ମନ୍ଦିରକୁ ଶ୍ରଦ୍ଧାଳୁମାନେ ନବରାତ୍ରି ପୂଜା ପାଇଁ ଯାଇଥିଲେ। ସକାଳ ୧୦ଟା ସମୟରେ ମନ୍ଦିରରୁ ତଳକୁ ଆସୁଥିବା ଟ୍ରଲି କେବୁଲ ହଠାତ୍‌ ଛିଡ଼ି ଯାଇଥିଲା। ଦୁର୍ଘଟଣା ସମୟରେ ଟ୍ରଲିରେ ୮ ଜଣ ଲୋକ ଥିଲେ। ଏହି ଦୁର୍ଘଟଣାରେ ରାୟପୁରର ବାସିନ୍ଦା ଆୟୁଷି ସତକର (୨୮)ଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କର ଚିକିତ୍ସା ଚାଲିଛି। ମୁଖ୍ୟମନ୍ତ୍ରୀ ବି‌‌ଷ୍ଣୁଦେଓ ସାଏ ଦୁଘର୍ଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ରୋପୱେ ଦୁର୍ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking