26.1 C
Bhubaneswar
Saturday, March 21, 2026
Homeଓଡିଶାରାଜ୍ୟରେ ଆହୁରି ୨ ଦିନ ବର୍ଷା !

ରାଜ୍ୟରେ ଆହୁରି ୨ ଦିନ ବର୍ଷା !

ଭୁବନେଶ୍ୱର: ରାଜ୍ୟରେ ଆହୁରି ଦୁଇ ଦିନ ଲାଗି ରହିବ ବର୍ଷା । ବିଜୁଳି ଘଡଘଡି ସହ ବର୍ଷା ପବନ ହେବ । ଆନ୍ଧ୍ର ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ୟାନମ ଉପରେ ସୃଷ୍ଟି  ଘୁର୍ଣ୍ଣିବଳୟର ପ୍ରଭାବରେ  ରାଜ୍ୟର ସ୍ଥାନେ ସ୍ଥାନେ ବଜ୍ରପାତ ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଉ କିଛି ଜିଲ୍ଲାରେ  ଝଡ ବର୍ଷା ସମ୍ଭାବନା ରହିଛି । ବିଜୁଳି ଓ ଘଡଘଡି ସହ ବର୍ଷା ପବନ ନେଇ ଆଜି ପାଇଁ ୨ ଜିଲ୍ଲା   ମୟୁରଭଞ୍ଜ ଓ ବାଲେଶ୍ୱରକୁ ଅରେଞ୍ଜ ୱାଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାରେ କିଛି ସ୍ଥାନରେ କୁଆ ପଥର ବର୍ଷା  ସହ ଘଣ୍ଟା ପ୍ରତି ୩୦ ରୁ ୪୦ ଆଉ କିଛି ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ  ପବନ ବହିପାରେ  । ସେହିପରି ୪ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲ୍ଲୋ ସତର୍କତା । ଆଜି  ପାଇଁ କେନ୍ଦୁଝର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା ଜିଲ୍ଲାକୁ ୟେଲ୍ଲୋ ୱାଣ୍ଣିଂ ଜାରି ହୋଇଛି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking