ଭୁବନେଶ୍ୱର: ପରୀକ୍ଷା ପାଇଁ ଫର୍ମ ଭରିଲେ ହେଲେ ପରୀକ୍ଷା ବେଳେ ଅନୁପସ୍ଥିତ ଛାତ୍ରଛାତ୍ରୀ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ ଅନେକ ଛାତ୍ରଛାତ୍ରୀ। ବିଧାୟିକା ଉପାସନା ମହାନ୍ତିଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ ମୋଟ ୫ ଲକ୍ଷ ୪୬ହଜାର ୮୭୬ ଛାତ୍ରଛାତ୍ରୀ ଫର୍ମ ଫିଲ୍ ଅପ୍ କରିଥିଲେ। ହେଲେ ସେଥିରୁ ୫ ଲକ୍ଷ ୩୬ ହଜାର ୯୪୬ ପିଲା ପରୀକ୍ଷା ଦେଇଛନ୍ତି। ୧.୮୧ ପ୍ରତିଶତ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଗୃହରେ ତଥ୍ୟ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ତେବେ କାହିଁକି ଏତେ ପିଲା ପରୀକ୍ଷା ଦେଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।










