26.1 C
Bhubaneswar
Thursday, March 19, 2026
Homeଓଡିଶାମୟୂରଭଞ୍ଜ ବହଳଦାରେ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ପ୍ରସଙ୍ଗ : ଜାତୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷଙ୍କୁ...

ମୟୂରଭଞ୍ଜ ବହଳଦାରେ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ପ୍ରସଙ୍ଗ : ଜାତୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କଲା ବିଜେଡି

ଭୁବନେଶ୍ୱର: ଗୁରୁବାର ଦିନ ଜାତୀୟ ଅନୁସୂଚିତ ଜାତି ଆୟୋଗର ମାନ୍ୟବର ଅଧ୍ୟକ୍ଷଙ୍କୁ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସ୍ମାରକପତ୍ର ପ୍ରଦାନ କରିଛି । ଓଡିଶାର ବିଭିନ୍ନ ଜିଲ୍ଲାରେ ଆଦିବାସୀ ମହିଳା ଓ ନାବାଳିକାଙ୍କ ଉପରେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ଅତ୍ୟାଚାର ଘଟଣାକୁ ନେଇ ଗଭୀର ଚିନ୍ତାପ୍ରକଟ କରିବା ସହ ଏଭଳି ଘଟଣାରେ ପୋଲିସ୍ର ନିଷ୍କି୍ରୟତା ଓ ପ୍ରଶାସନିକ ଅବହେଳାକୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୨ ମାର୍ଚ୍ଚ ୨୦୨୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ଭିଞ୍ଜୁଆ ଗ୍ରାମ, ବହଳଦା ଛକ ନିକଟରେ ଥିବା ତିରିଂ ଥାନା ଅଞ୍ଚଳରେ ଜଣେ ୧୪ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଆଦିବାସୀ ସମୁଦାୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପୋଲିସ୍ ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର କରିଥିଲା । ଘଟଣା ଅନୁଯାୟୀ, ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ସ୍ଥାନୀୟ ଆଦିବାସୀ ସମୁଦାୟ ପ୍ରତିବାଦ କରି ଥାନାକୁ ଘେରାଉ କରିଥିଲେ । ଆଦିବାସୀମାନଙ୍କ ଦାବିକୁ ସମାଧାନ କରିବା ପରିବର୍ତ୍ତେ, ତାଙ୍କ ଉପରେ ବର୍ବରୋଚିତ ଭାବେ ପୋଲିସ୍ ଲାଠିମାଡ଼ କରିଥିଲା । ପୋଲିସର ଏହି ନିଷ୍କି୍ରୟତାକୁ ଦୃଢ଼ ନିନ୍ଦା କରିଛି ବିଜୁ ଜନତା ଦଳ ।

ବିଜୁ ଜନତା ଦଳ କହିଛି ଯେ, ଖାଲି ଏହି ଘଟଣା ନୁହେଁ, ରାୟଗଡା, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ (ବୋରିଗୁମ୍ମା), ଲମତାପୁଟ ଓ ସୁନ୍ଦରଗଡ଼ ଭଳି ଜିଲ୍ଲାରୁ ଏହିପରି ଅନେକ ଘଟଣା ଲୋକଲୋଚନକୁ ଆସିଛି । ଆଦିବାସୀ ସମୁଦାୟଙ୍କୁ ସୁରକ୍ଷା, ମର୍ଯ୍ୟାଦା ଓ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବିଜେପି ସରକାର । ବହଳଦା ଘଟଣାରେ ପୋଲିସ୍ ଏଫଆଇଆର୍ ରୁଜୁ କରିବାରେ ବିଳମ୍ବ କରିବା, ଅଭିଯୁକ୍ତକୁ ତୁରନ୍ତ ଗିରଫ ନ କରିବା, ପୀଡିତାଙ୍କ ସହ ଅସମ୍ୱେଦନଶୀଳତା ବ୍ୟବହାର କରିବା ଓ ଲୋକମାନଙ୍କ ପ୍ରତିବାଦକୁ ଦମନ କରିବାକୁ ନେଇ ବିଜୁ ଜନତା ଦଳ ସ୍ମାରକପତ୍ରରେ ଉଲ୍ଲେଖ କରିଛି । ବହଳଦା ଅସଦାଚରଣ ଘଟଣା ଭାରତୀୟ ସମ୍ବିଧାନର ଧାରା ୧୪, ୧୫ ଓ ୨୧ ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ପ୍ରତିରୋଧ) ଆଇନ, ୧୯୮୯ର ବିଧାନକୁ ଉଲ୍ଲଂଘନ କରୁଛି।
ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଜାତୀୟ ଅନୁସୂଚିତ ଜାତି ଆୟୋଗର ମାନ୍ୟବର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛି ଯେ, ବହଳଦା ଘଟଣାରେ ପୁଲିସର ନିଷ୍କି୍ରୟତା ପାଇଁ ପୀଡ଼ିତା ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛି । ଏହି ଘଟଣାରେ ଜଡ଼ିତ ପୋଲିସ୍ ଅଧିକାରୀଙ୍କ ବିରୋଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୁପାରିଶ ସରିବା ସହିତ ପୀଡ଼ିତାକୁ ଉଚିତ୍ ନ୍ୟାୟ ଦେବା ପାଇଁ ଏକ ଦୃଢ଼ ନିରୀକ୍ଷଣ ବ୍ୟବସ୍ଥା କରନ୍ତୁ । ଦଳ ଉଲ୍ଲେଖ କରିଛି ଯେ, ବର୍ତ୍ତମାନ ଓଡ଼ିଶାରେ ଯେପରି ଆଇନଶୃଙ୍ଖଳା ସ୍ଥିତି ରହିଛି, ସେଥିରେ ଆଦିବାସୀ ସମୁଦାୟ ଭୟରେ ରହିବା ସହ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।

ବିଜେଡିର ଏହି ପ୍ରତିନିଧି ମଣ୍ଡଳୀରେ ମୟୂରଭଞ୍ଜ-୨ର ଜିଲ୍ଲା ସଭାପତି ଡ଼ ଦେବାଶିଷ ମାରାଣ୍ଡି, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ପ୍ରିୟବ୍ରତ ମାଝୀ ଓ ଲେନିନ ମହାନ୍ତି, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ, ମୟୂରଭଞ୍ଜ ଜିଲ୍ଲା ବିଜେଡି ସମ୍ପାଦକ ଗଙ୍ଗାଧର ହେମ୍ୱ୍ରମ ଓ ନୀଳମାଧବ ସାବର ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଏସ୍ଟି କମିଶନଙ୍କ ଆଞ୍ଚଳିକ କାର୍ଯ୍ୟାଳୟରେ ଜାତୀୟ ଅନୁସୂଚିତ ଜାତି ଆୟୋଗର ମାନ୍ୟବର ଅଧ୍ୟକ୍ଷଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆଦିବାସୀ ସମୁଦାୟଙ୍କ ଅଧିକାର, ମର୍ଯ୍ୟାଦା ଓ ସୁରକ୍ଷା ପାଇଁ ବିଜୁ ଜନତା ଦଳ ସର୍ବଦା କାର୍ଯ୍ୟ କରିଆସୁଛି । ନାରୀ ନିର୍ଯାତନାର ଶିକାର ହେଉଥିବା ପୀଡିତାମାନଙ୍କ ସହ ଓ ତାଙ୍କ ପରିବାରବର୍ଗଙ୍କ ସହ ବିଜୁ ଜନତା ଦଳ ସର୍ବଦା ରହିଆସିଛି ଏବଂ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ସର୍ବଦା ଲଢ଼େଇ ଜାରି ରଖିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking