ଭୁବନେଶ୍ୱର: ଗତ ୧୬ ତାରିଖ ଦିନ ପୂର୍ବାହ୍ନ ୧୧ ଘଂଟା ସମୟରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଏକ ବିଶାଳ ରାଲିରେ ନୂଆଦିଲ୍ଲୀର ୫, ରାଇସିନା ରୋଡ ସ୍ଥିତ ଅଖିଳ ଭାରତ ଯୁବ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀ ଉଦୟଭାନୁ ଚିବ୍ଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ସଂସଦ ଘେରାଉ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ରାଲି ଯନ୍ତରମନ୍ତର ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଓଡ଼ିଶାର ଶହ ଶହ ଯୁବ କଂଗ୍ରେସ କର୍ମୀମାନେ ଅଂଶଗ୍ରହଣ କରିଥିଲେ । ଓଡିଶା ପ୍ରଭାରୀ ମହେଶ ଦେଶମୁଖ ଓ ଖୁସି ଡିଗା ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସାରା ଦେଶର ବିଭିନ୍ନ ରାଜ୍ୟର ହଜାର ହଜାର ଯୁବ କଂଗ୍ରେସ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି କହିଛନ୍ତି ଯେ “ପିଏମ ଇଜ କମ୍ପ୍ରମାଇଜଡ” ପ୍ରସଙ୍ଗକୁ ନେଇ ଅଖିଳ ଭାରତ ଯୁବ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ସଂସଦ ଘେରାଉ କାର୍ଯ୍ୟକ୍ରମ ହୋଇଥିଲା ।
ଦେଶର ପ୍ରଧାନମନ୍ତ୍ରୀ ଆମେରିକାର ରାଷ୍ଟ୍ରପତିଙ୍କର ଜଣେ କାଠ କଣ୍ଢେଇ ଭଳି ଭୂମିକା ନିର୍ବାହ କରୁଛନ୍ତି । ଦେଶର ସ୍ୱାର୍ଥକୁ ବଳି ଦିଆଯାଉଛି । ଆମେରିକାର ନିର୍ଦ୍ଦେଶରେ ରୁଷିଆରୁ ତୈଳ କିଣା ବନ୍ଦ କରାଯାଇ ପୁଣି ଆମେରିକାର ନିର୍ଦ୍ଦେଶରେ ମାସକ ପାଇଁ ଭାରତ ତୈଳ କିଣୁଛି । ଭାରତ କେଉଁଠୁ ତୈଳ କିଣିବ ତାହା ଆମେରିକା ସ୍ଥିର କରୁଛି । ଅନ୍ୟପକ୍ଷରେ ଆମେରିକା-ଭାରତର ସଦ୍ୟ ବାଣିଜ୍ୟକ ଚୁକ୍ତି ଦେଶର ଯୁବକ ଓ ଚାଷୀ ବିରୋଧି । ଆମେରିକାର ଉତ୍ପାଦ ଭାରତରେ ବିକ୍ରୀ ହେଲେ ଭାରତୀୟ ଚାଷୀ କିଭଳି ଭାବରେ କ୍ଷତିଗ୍ରସ୍ତ ହେବେ ତାହା ସ୍ପଷ୍ଟ ହୋଇପଡ଼ୁଛି । ଅନ୍ୟପକ୍ଷରେ ଯେପରି ଏପିଷ୍ଟନର କଳାକାରନାମାରେ ସଂପୃକ୍ତ କେନ୍ଦ୍ରମନ୍ତ୍ରୀ ହରଦୀପସିଂ ପୁରୀଙ୍କୁ ମଧ୍ୟ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳରୁ ବହିସ୍କାର କରୁନାହାନ୍ତି । ସୁତରାଂ ଦେଶର ସ୍ୱାଭିମାନ, ସମ୍ମାନ ଓ ସ୍ୱାର୍ଥକୁ ଜଳଞ୍ଜଳି ଦେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପର ସ୍ତାବକ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ସୁଦିପ ସାମଲ, ଅଭିଜିତ ଜେନା, ଆଲୋକ ଦାସ, ଲକ୍ଷ୍ମୀପ୍ରିୟ ନାୟକ, ସୁଶ୍ରୀ ବେହେରା, ସୃଜନୀକା ରାଉତ, ଅମରେଶ ପରିଡ଼ା, ଅମିତ ଆଚାର୍ଯ୍ୟ, ମୋହନ ନାୟକ, ସୁରଜ ବେହେରା, ରଞ୍ଜନ ଦାସଙ୍କ ସହିତ କୃଷ୍ଣ ମହାନ୍ତି, ଇମିତିଆଜ ଖାନ, ବିଶ୍ୱଜିତ ଲେଙ୍କା, ସାହାରୁଖ ଖାନ ପ୍ରମୁଖ ମଧ୍ୟ ଅଂଶଗ୍ରହଣ କରିଥିଲେ










