ଭୁବନେଶ୍ୱର: ରାଜ୍ୟସଭାର ୪ ଆସନ ପାଇଁ ଚାଲିଛି ମତଦାନ । ଜଣେ ପରେ ଜଣେ ବିଧାୟକ ଦେଉଛନ୍ତି ଭୋଟ । ଦଳୀୟ ନିଷ୍ପତ୍ତି ଅନୁସାରେ ଭୋଟ ଦେବାକୁ ବିଧାୟକଙ୍କୁ ଦଳୀୟ ଏଜେଣ୍ଟ କହୁଛନ୍ତି ହେଲେ ଦେଖିବାକୁ ବାରି ରହିଲା । ଏହା କେତେ ଫଳପ୍ରଦ ହେବ । ଏପଟେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଛନ୍ତି ବିଜୟ ମହାପାତ୍ର । ଦିଲ୍ଲୀପ ରାୟଙ୍କ ସହ ଭେଟ ହୋଇଛି । ମନମୋହନ ସାମଲଙ୍କ ସହ ଭେଟଘାଟ ହୋଇନାହିଁ । ଅନ୍ୟପଟେ ବିଜେଡିରୁ ନିଲମ୍ବିତ ଅରବିନ୍ଦ ମହାପାତ୍ର , ମେ ଫେୟାରରୁ ବାହାରି ବିଧାନସଭାକୁ ଭୋଟ ଦେବାକୁ ଯାଉଥିବା ଜଣାପଡିଛି ।










