28.3 C
Bhubaneswar
Thursday, June 18, 2026
Homeଓଡିଶାଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁ

ଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ଜେଲ୍‌ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କଏଦୀ ଜଣକ ବଲାଙ୍ଗୀର ସଦର ଥାନା କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ ଓରଫ ଗୋପାଳ( ୩୭)। ଗତ ୨୦୨୧ରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଜେଲ୍‌ ଯାଇଥିଲେ। ବର୍ଷେ ତଳେ ଭୀଷ୍ମଦେବଙ୍କୁ ମାନ୍ୟବର କୋର୍ଟ ଅଜୀବନ ଦଣ୍ଡରେ ଦଣ୍ଡିତ କରିଥିଲେ। ଆଜି ଜେଲ କର୍ତ୍ତୃପକ୍ଷ ଝୁଲନ୍ତା ଅବସ୍ଥାରେ ଭୀଷ୍ମଦେବଙ୍କ ମୃତଦେହ ଉଦ୍ଧାର କରିଥିଲେ। ଭୀଷ୍ମଦେବଙ୍କ କୁଶଙ୍ଗ ଗାଁରେ ଥିବା ପରିବାର ଲୋକଙ୍କୁ ଭୀଷ୍ମ ଜେଲ୍‌ ଭିତରେ ଆତ୍ମହତ୍ୟା କରିଥିବା ଖବର ଦେଇଥିଲେ। ଜେଲ କର୍ତ୍ତୃପକ୍ଷ ଭୀମଭୋଇ ମେଡିକାଲ କଲେଜକୁ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ଆଣିଥିବା ଜଣାପଡ଼ିଛି। ପରିବାର ଲୋକେ ଜେଲ ଭିତରେ ଭୀଷ୍ମଦେବଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking