ଭୁବନେଶ୍ୱର : କାଲି ରାଜ୍ୟସଭା ନିର୍ବାଚନ ଥିବାବେଳେ ଠିକ୍ ଏହା ପୂର୍ବରୁ ମୁଣ୍ଡ ଟେକିଛି ବିଜେଡିର ପାଣ୍ଠି ପ୍ରସଙ୍ଗ। ବିଜୁ-ନବୀନ ଇନ୍ସ୍ପିରେସନାଲ ଫାଉଣ୍ଡେସନ୍ ଟ୍ରଷ୍ଟର ସମ୍ପାଦକ ଅଛନ୍ତି ବିଜେଡି ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର। ସୋସିଆଲ ମିଡିଆରେ ଏହି ପୋଷ୍ଟ ଘୂରିବୁଲୁଥିବା ବେଳେ ବିଜେପି ଏନେଇ ସଂତୃପ୍ତ ମିଶ୍ରଙ୍କୁ ଟାର୍ଗେଟ କରିଛି । ଯଦି ଏହା ସତ ହୋଇଥିବ, ଆଉ ଯଦି ସଂତୃପ୍ତ ମିଶ୍ର ଏହି ତଥ୍ୟ ଲୁଚାଇଥିବେ, ତେବେ ତାଙ୍କର ରାଜ୍ୟସଭା ପ୍ରାର୍ଥିତ୍ବ ସଙ୍କଟରେ । ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଏ ସମ୍ପର୍କିତ ପୋଷ୍ଟ କରି ଏହା ଉପରେ ଅଭିଯୋଗ କରିଛନ୍ତି। ନିର୍ବାଚନୀ ସତ୍ୟପାଠ ବେଳେ ବ୍ୟାଙ୍କ, ସମ୍ପତ୍ତି, ଆପରାଧିକ ମାମଲା ସହିତ ଏନ୍ଜିଓ, ଟ୍ରଷ୍ଟ ବିଷୟରେ ତଥ୍ୟ ଦେବା ବାଧ୍ୟତାମୂଳକ। କିନ୍ତୁ ବିଜୁ-ନବୀନ ଇନ୍ସ୍ପିରେସନାଲ ଫାଉଣ୍ଡେସନ୍ ଟ୍ରଷ୍ଟର ସମ୍ପାଦକ ଥିବାବେଳେ ସଂତୃପ୍ତ ମିଶ୍ର କିପରି ଏହାକୁ ଲୁଚାଇଛନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇଛି । ଏହାକୁ ଖଣ୍ଡନ କରିଛି ବିଜେଡି।










