29.1 C
Bhubaneswar
Sunday, March 15, 2026
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ଭାରତୀୟ ତୀର୍ଥଯାତ୍ରୀ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ଭାରତୀୟ ତୀର୍ଥଯାତ୍ରୀ ମୃତ

ନେପାଳ: ନେପାଳର ଗୋର୍ଖା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ସାତ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ଜୀବନ ଯାଇଛି। ପ୍ରସିଦ୍ଧ ମନକାମନା ମନ୍ଦିର ଦର୍ଶନ କରି ଶ୍ରଦ୍ଧାଳୁମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଫେରୁଥିବା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ପ୍ରାଥମିକତା ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଉଛି । ଏହି ଦୁର୍ଘଟଣା ନେପାଳର ପାହାଡିଆ ରାସ୍ତାରେ ସୁରକ୍ଷା ଏବଂ ଟ୍ରାଫିକ୍ ପରିଚାଳନା ଉପରେ ପୁଣି ଥରେ ଗମ୍ଭୀର ପ୍ରଶ୍ନ ଉଠାଇଛି । ପୁଲିସ ସୂଚନା ଅନୁଯାୟୀ, ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଇଲେକ୍ଟ୍ରିକ୍ ମାଇକ୍ରୋବସ୍ ହଠାତ୍ ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସି ପଡ଼ିଥିଲା। ଶନିବାର ସନ୍ଧ୍ୟାରେ ସହିଦ ଲଖନ ଗ୍ରାମୀଣ ପୌରପାଳିକାର କଣ୍ଟାର ଅଞ୍ଚଳରେ ବସ୍‌ଟି ଏକ ପାହାଡ଼ିଆ ବୁଲାଣି ରାସ୍ତାରେ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ମାଇକ୍ରୋବସ୍‌ରେ ୧୨ ରୁ ଅଧିକ ଯାତ୍ରୀ ଥିଲେ। ଗୋର୍ଖା ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ ରାଜ କୁମାର ଶ୍ରେଷ୍ଠା ନିଶ୍ଚିତ କରିଛନ୍ତି ଯେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ମୃତକଙ୍କ ବ୍ୟତୀତ ଅନ୍ୟ ସାତ ଜଣ ତୀର୍ଥଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭରତପୁରର ଚିତୱାନ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking