27.1 C
Bhubaneswar
Friday, March 13, 2026
Homeଓଡିଶା୪୦ଡିଗ୍ରୀ ଟପିଲା ଝାରସୁଗୁଡ଼ା ପାରଦ

୪୦ଡିଗ୍ରୀ ଟପିଲା ଝାରସୁଗୁଡ଼ା ପାରଦ

ଭୁବନେଶ୍ୱର:  ଆସନ୍ତା ତିନି ଦିନ ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହୋଇପାରେ ।  ଝାରସୁଗୁଡ଼ାରେ ୪୦ ଡିଗ୍ରୀ ଟପିଛି । ଆଗକୁ ତିନି ଦିନ ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପିବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।ଗୁରୁବାର ରାଜ୍ୟର ବହୁ ସ୍ଥାନରେ ପ୍ରବଳ ଖରା ସହ ତାତି ଅନୁଭୂତ ହୋଇଥିଲା । ବାହାରକୁ ବାହାରିଲେ ଗରମ ଝାଞ୍ଜି ପବନ ବାଜୁଥିଲା । ଦେହ ପୋଡ଼ି ପକାଇବା ଭଳି ଅନୁଭବ ହେଉଥିଲା । ଅପରାହ୍ନ ୪ଟା ଯାଏ ଗରମ ସ୍ଥିତିରେ ସୁଧାର ଆସିନଥିଲା । ପରେ ଗରମ ହାୱାରୁ ଆଶ୍ୱସ୍ତି ମିଳିଥିଲା । ଆଗକୁ ବି ଗ୍ରୀଷ୍ମପ୍ରବାହ ସ୍ଥିତି ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୦.୮ ଡିଗ୍ରୀ ସେଲସିୟସ୍ ଥିଲା । ହୀରାକୁଦରେ ୩୯.୨, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୩୯, ଭୁବନେଶ୍ୱରରେ ୩୮.୬, ରାଉରକେଲାରେ ୩୮.୪, ଟିଟିଲାଗଡ଼ ଓ ତାଳଚେରରେ ୩୮ ଡିଗ୍ରୀ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking