ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ । ଚାଲିପାରିଲାନି ଗୃହ । ବିରୋଧୀଙ୍କ ହଟ୍ଟଗୋଳରେ ଧୋଇ ହୋଇଗଲା ପ୍ରଶ୍ନକାଳ । ଗ୍ୟାସ ପ୍ରସଙ୍ଗକୁ ନେଇ ବିରୋଧୀ ନାରାବାଜି କରି ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି । ବିରୋଧିଙ୍କୁ ବାଚସ୍ପତି ପ୍ରଶ୍ନକାଳରେ ସହଯୋଗ କରିବାକୁ ଅନୁରୋଧ କରିବା ସତ୍ତତ୍ତ୍ୱେ ମାନି ନଥିଲେ । ପ୍ରତିବାଦ ସହ ନାରାବାଜି କରିଥିଲେ । କଂଗେସ ସଦସ୍ୟଙ୍କୁ ସମର୍ଥନ କରି ବିଜେଡି ସଦସ୍ୟ ମାନେ ମଧ୍ୟ ନିଜ ଆସନରେ ରହି ପ୍ରତିବାଦ କରିଥିଲେ । ପୂର୍ବରୁ ଗୃହରେ ଏଭଳି ହଟ୍ଟଗୋଳ ହୋହଲ୍ଲା ନେଇ ଦୁଇ ଦୁଇ ଥର ମୁଳତବୀ କରିଥିଲେ ବାଚସ୍ପତି ସୁମା ପାଢୀ ।










