26.1 C
Bhubaneswar
Wednesday, March 11, 2026
Homeଓଡିଶାରଙ୍ଗ ସଙ୍ଗମର ତୃତୀୟ ସନ୍ଧ୍ୟାରେ ନାଟକ "ମୁଖାଗ୍ନି" ମଞ୍ଚସ୍ଥ

ରଙ୍ଗ ସଙ୍ଗମର ତୃତୀୟ ସନ୍ଧ୍ୟାରେ ନାଟକ “ମୁଖାଗ୍ନି” ମଞ୍ଚସ୍ଥ

ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଏବଂ ସମ୍ବଲପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ”ର ଆଜି ତୃତୀୟ ସନ୍ଧ୍ୟାରେ ନାଟକ “ମୁଖାଗ୍ନି” ମଞ୍ଚସ୍ଥ ହୋଇଥିଲା। କଟକ ଜିଲ୍ଲାର ଥିଏଟର ମାରାଥନ୍‌ ଅନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ ହୋଇଥିବା ନାଟକ “ମୁଖାଗ୍ନି”ର ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟକାର ଶ୍ରୀ ଉମେଶ ଦାଶ। ନାଟକରେ ସାମ୍ପ୍ରତିକ ସମାଜର ପିତା-ପୁତ୍ରର ସମ୍ପର୍କକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଥିଲା। ବାର୍ଦ୍ଧକ୍ୟ ଅବସ୍ଥାରେ ପିତାମାତାଙ୍କ ସ୍ମୃତିରେ ସନ୍ତାନ ଏବଂ ବିଦେଶର ରହୁଥିବା ସନ୍ତାନ ଉପରେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବକୁ ନେଇ ରଚିତ ହୋଇଥିବା ନାଟକ ଦର୍ଶକମାନଙ୍କୁ ବେଶ୍ ପ୍ରଭାବିତ କରିଥିଲା। “ମୁଖାଗ୍ନି” ନାଟକରେ ଶ୍ରୀ ସନ୍ଦୀପ ପାଣି, ଶ୍ରୀ ଓମ୍‌ଶିବ ଦାଶ, ଶ୍ରୀ ଆଲୋକ କୁମାର ନାୟକ, ଶ୍ରୀ ସରୋଜ କୁମାର ସାମଲ, ଶ୍ରୀ ହେମନ୍ତ ଦାଶ, ଶ୍ରୀ ପାର୍ଥକ ହାତି, ଶ୍ରୀ ଚନ୍ଦନ ଆଚାର୍ଯ୍ୟ ଓ ଅନ୍ୟାନ୍ୟ କଳାକାରମାନେ ନିଜର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କର ମନୋରଞ୍ଜନ କରିବା ସହ ଏକ ସଶକ୍ତ ସାମାଜିକ ବାର୍ତ୍ତା ପ୍ରଦାନ କରିଥିଲେ। ପ୍ରକାଶଯୋଗ୍ୟ ଯେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ “ରଙ୍ଗ ସଙ୍ଗମ” ମାର୍ଚ୍ଚ ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ସମ୍ବଲପୁର ଜିଲ୍ଲାସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଆୟୋଜିତ ହେଉଛି। ଆଜିର କାର୍ଯ୍ୟକ୍ରମରେ ଗୁରୁ ରଞ୍ଜନ କୁମାର ସାହୁ, ବିଶିଷ୍ଟ ନାଟ୍ୟ କଳାକାର ଶ୍ରୀ ବିପିନ ବିହାରୀ ଦାଶଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking