30.1 C
Bhubaneswar
Sunday, March 8, 2026
Homeଦେଶ ବିଦେଶଆମେରିକାକୁ ଚମକାଇଲା ଇରାନ : ୩୦ କୋଟି ଡଲାର ମୂଲ୍ୟର ଥଡ୍‌ ରେଡାର ସିଷ୍ଟମ ଧ୍ବଂସ

ଆମେରିକାକୁ ଚମକାଇଲା ଇରାନ : ୩୦ କୋଟି ଡଲାର ମୂଲ୍ୟର ଥଡ୍‌ ରେଡାର ସିଷ୍ଟମ ଧ୍ବଂସ

ତେହେରାନ: ମଧ୍ୟପ୍ରାଚ୍ୟ ଯୁଦ୍ଧର ଅଷ୍ଟମ ଦିବସରେ ଅର୍ଥାତ୍‌ ଶନିବାର ଇରାନ ପକ୍ଷରୁ କରାଯାଇଥିବା ଆକ୍ରମଣରେ ଜୋର୍ଡାନସ୍ଥିତ ମୁୱାଫାକ୍‌ ସଲ୍‌ତି ବାୟୁସେନା ଘାଟିରେ ମୁତୟନ ହୋଇଥିବା ଆମେରିକାର ଥଡ୍‌ ରେଡାର ସିଷ୍ଟମ ଧ୍ବଂସ ପାଇଛି। ଏହାର ମୂଲ୍ୟ ୩୦ କୋଟି ଡଲାର ବୋଲି ଜଣାପଡିଛି। ଥଡ୍‌ ରେଡାର ସିଷ୍ଟମ ଏୟାର ଡିଫେନ୍ସ କାର୍ଯ୍ୟ ସମ୍ପାଦନ କରିଥାଏ। ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଓ ଡ୍ରୋନ୍‌କୁ ଆକାଶମାର୍ଗରେ ନଷ୍ଟ କରିବା ଏହି ସିଷ୍ଟମର ମୂଳ ଲକ୍ଷ୍ୟ। ଆମେରିକା ମଧ୍ୟ ଏହାକୁ ସ୍ବୀକାର କରିଛି। ଫେବୃଆରୀ ୨୮ ଓ ମାର୍ଚ୍ଚ ୩ରେ ଇରାନ ପକ୍ଷରୁ ଏହି ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ କରାଯାଇଥିଲେ ସୁଦ୍ଧା ସେଗୁଡିକୁ ଆକାଶମାର୍ଗରେ ନଷ୍ଟ କରାଯାଇଥିଲା। ଏକ ସପ୍ତାହବ୍ୟାପୀ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନର ଏହା ସବୁଠାରୁ ବଡ ସଫଳତା ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking