30.1 C
Bhubaneswar
Sunday, March 8, 2026
Homeଅପରାଧରକ୍ତରେ ଲାଲ ହେଲା ଭଞ୍ଜନଗର ମାଟି

ରକ୍ତରେ ଲାଲ ହେଲା ଭଞ୍ଜନଗର ମାଟି

ଭଞ୍ଜନଗର : ଗୁରୁବାର ଅପରାହ୍ନ ପ୍ରାୟ ୧:୩୦ରେ ଭଞ୍ଜନଗର ଅଦାଲତ ସମ୍ମୁଖରେ ଘଟିଛି ନୃଶଂସ ହତ୍ୟାକାଣ୍ଡ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ବୁଦୁଲି ଗ୍ରାମର ଅଶୋକ ସ୍ବାଇଁ ନାମକ ୪୨ ବର୍ଷର ଯୁବକ। ଘଟଣା ଅନୁସାରେ ଅଶୋକ ନିଜର ପୂର୍ବ ମାମଲାରେ କୋର୍ଟକୁ ଆସିଥିଲା। ସେ କୋର୍ଟରୁ ଫେରି ଅନ୍ୟ ଏକ ସହଯୋଗୀର ବାଇକ୍ ପଛରେ ବସିବା କ୍ଷଣି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ପଢ଼ାଳ ଗ୍ରାମର ଜୈନିକ ଯୁବକ ଟାଙ୍ଗିଆରେ ଅଶୋକର ପଛପଟୁ ହାଣି ଚାଲିଥିଲା। ଏହି ଯୁବକଟିରେ ନାମ ଦିଲ୍ଲୀପ ଜେନା ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରକାଶ କରିଛନ୍ତି। ଦିଲ୍ଲୀପ ଅଶୋକର ମୁଣ୍ଡ, ଦୁଇ ଗୋଡ଼ ଓ ଦୁଇ ହାତକୁ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରି ଧରାଶାୟୀ କରିପକାଇଥିଲା। ଅଶୋକ ପ୍ରବଳ କ୍ଷତାକ୍ତ ହୋଇ ରକ୍ତରେ ବୁଡିଯାଇଥିଲା। ଦିଲ୍ଲୀପର ଭୟଙ୍କର ଆକ୍ରମଣରେ ଅଶୋକ ରକ୍ତରେ ଜୁଡୁବୁଡୁ ହୋଇ କାରୁଣ୍ୟ ଚିତ୍କାର ଛାଡିଥିଲା। ଏହି ସମୟରେ ରାଜରାସ୍ତାରେ ଯାଉଥିବା ଓ କୋର୍ଟ କାମକୁ ଆସିଥିବା ଶହ ଶହ ଲୋକ ଏହି ଅଭାବନୀୟ ଦୃଶ୍ୟ ଦେଖିଥିଲେ। ପରେ କିଛି ସ୍ଥାନୀୟ ଲୋକେ ଅଶୋକକୁ ସଙ୍କଟଜନକ ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ଟର ଅଶୋକଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଦିଲ୍ଲୀପକୁ ଧରି ନେଇ ଥାନାରେ ଅଟକ ରଖିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ମୃତ ଅଶୋକଙ୍କ ପରିବାର ଲୋକଙ୍କ କାନ୍ଦକଟାରେ ମେଡିକାଲ ଫାଟି ପଡ଼ିଥିଲା। ଭଞ୍ଜନଗର ଥାନା ପୁଲିସ କେସ ନଂ ୭୭୦/୨୦୨୪ ମାମଲାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା କଥା ପୋଲିସ ସୂତ୍ରରୁ ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking