30.1 C
Bhubaneswar
Sunday, March 8, 2026
Homeଅପରାଧସ୍ତ୍ରୀକୁ ପିଟି ପିଟି ମାରିଦେଲା ଦ୍ୱିତୀୟ ସ୍ୱାମୀ

ସ୍ତ୍ରୀକୁ ପିଟି ପିଟି ମାରିଦେଲା ଦ୍ୱିତୀୟ ସ୍ୱାମୀ

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡା ଗ୍ରାମରେ ଏକ ଅଭାବନୀୟ ତଥା ନିର୍ମମ ହତ୍ୟାକାଣ୍ଡ ଘଟିଛି। ବୟସରେ ବଡ଼ ସ୍ତ୍ରୀଙ୍କୁ କୌଣସି କଥାକୁ ନେଇ ବଚସା ପରେ ତାଙ୍କର ଦ୍ୱିତୀୟ ସ୍ୱାମୀ ବାଡ଼ିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ମୃତକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଫୁଲଝରୀ ଗ୍ରାମର ମଞ୍ଜୁ ବେହେରା (୪୫)। ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ପରେ ମଞ୍ଜୁ ନିଜର ତିନି ବିବାହିତା ଝିଅ ଓ ୧୨ ବର୍ଷର ପୁଅ ସହ ସମ୍ପର୍କ ଛିନ୍ନ କରି ପ୍ରାୟ ବର୍ଷେ ହେବ ଅନୁଗୁଳ ଜିଲ୍ଲା ପବିତ୍ରନଗରର ଅଜିତ ଦେହୁରୀ (୨୫)ଙ୍କ ସହ ସ୍ୱାମୀ-ସ୍ତ୍ରୀ ଭାବେ ରହୁଥିଲେ। ଉଭୟ ଭିକ୍ଷାବୃତ୍ତି କରି ଚଳୁଥିବା ବେଳେ ବାରକୋଟ ଅଞ୍ଚଳର ବିଭିନ୍ନ ମଣ୍ଡପ, ବାରଣ୍ଡା କିମ୍ବା ଜଙ୍ଗଲ ମଧ୍ୟରେ ରାତ୍ରିଯାପନ କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking