ମୟୁରଭଞ୍ଜ: ପୋଖରୀରେ ବୁଡି ୨ ନାବାଳିକା ମୃତ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନାଥିପୁର ଗାଁ ପୋଖରୀରେ ବୁଡିଗଲେ ୨ ଭଉଣୀ । ସ୍କୁଲ ଫେରି ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡିଗଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା । ପରେ ସେମାନଙ୍କ ମୃତ୍ୟୁ ହୋଇଛି । ଏହି ଖବର ଶୁଣି ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳି ଯାଇଛି ।










