27.1 C
Bhubaneswar
Monday, August 24, 2026
Homeଓଡିଶାବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦିଲ୍ଲୀପ ରାୟ

ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର: ନାମାଙ୍କନ ପୂର୍ବରୁ ଚର୍ଚ୍ଚାରେ ଦିଲ୍ଲୀପ ରାୟଙ୍କ ସୋସିଆଲ ମିଡିଆ ପୋଷ୍ଟ। ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ପୂର୍ବ ଦିନର କଥା ମନେପକାଇ ଭାବବିହ୍ବଳ ହେଲେ ଦିଲ୍ଲୀପ। ଏନେଇ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ମାର୍ଚ୍ଚ ୫ ତାରିଖ କେବଳ ତାରିଖ ନୁହେଁ, ସ୍ମୃତି ଭରା ଏକ ଦିନ। ଏହା ସେହି ଦିନ ଯେଉଁଦିନ ସେ ସେହି ମହାନ ବ୍ୟକ୍ତିତ୍ୱ ତଥା ପିତୃତୁଲ୍ୟ ଅଭିଭାବକଙ୍କୁ ମନେ ପକାଏ ବୋଲି ଲେଖିଛନ୍ତି । ଯିଏ କେବଳ ଓଡ଼ିଶାର ଭାଗ୍ୟ ନୁହେଁ, ବରଂ ସାର୍ବଜନୀନ ଜୀବନର ଯାତ୍ରାକୁ ମଧ୍ୟ ଗଢ଼ିଛନ୍ତି। ଆଜି ଏହି ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ତାଙ୍କ ଆଶୀର୍ବାଦ ଅନୁଭବ କରୁଥିବା ଲେଖିଛନ୍ତି ।

ସେ ତାଙ୍କ ଆଦର୍ଶ ନିଷ୍ପତ୍ତି ନେବାରେ ସାହସ, ସବୁକିଛି ଉପରେ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ଏବଂ ସଂକୀର୍ଣ୍ଣ ଚିନ୍ତାଧାରାରୁ ଊର୍ଦ୍ଧ୍ୱକୁ ଉଠିବାର ଦୃଢ଼ ବିଶ୍ୱାସ ।ଏହି ମୁହୂର୍ତ୍ତରେ ହୃଦୟରେ ପ୍ରତିଧ୍ୱନିତ ହେଉଥିବା ଲେଖିଛନ୍ତି ଦିଲ୍ଲୀପ ରାୟ । ବିଜୁ ବାବୁ ଜଣେ ପ୍ରକୃତ ଜନନାୟକ ଥିଲେ । ଦଳୀୟ ଗାର ଏବଂ ବିଚାରଧାରାରୁ ବହୁ ଉର୍ଦ୍ଧ୍ୱରେ। ସେ ଓଡ଼ିଶାର ଥିଲେ ଏବଂ ପ୍ରତ୍ୟେକ ଓଡ଼ିଆ ତାଙ୍କ ସେହି ବିରାଟ ପରମ୍ପରାର ଅଂଶବିଶେଷ। ତାଙ୍କ ଜୀବନ ଥିଲା ସାହସିକତା, ଆତ୍ମସମ୍ମାନ ଏବଂ ନିର୍ଭୀକ ସେବାର ଏକ ବାର୍ତ୍ତା। ସେ ଏମିତି ଏକ ଓଡ଼ିଶାର ସ୍ୱପ୍ନ ଦେଖିଥିଲେ ଯାହା ଆତ୍ମବିଶ୍ୱାସ, ସମ୍ମାନ ଏବଂ ଗର୍ବର ସହ ମଥା ଟେକି ଛିଡ଼ା ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking