35.1 C
Bhubaneswar
Thursday, March 5, 2026
Homeଓଡିଶାବିଜୁବାବୁଙ୍କ ଜୟନ୍ତୀରେ ନବୀନଙ୍କୁ ଶ୍ରୀମୟୀଙ୍କ ଟାର୍ଗେଟ

ବିଜୁବାବୁଙ୍କ ଜୟନ୍ତୀରେ ନବୀନଙ୍କୁ ଶ୍ରୀମୟୀଙ୍କ ଟାର୍ଗେଟ

ଭୁବନେଶ୍ୱର: ବିଜୁବାବୁଙ୍କ ଜୟନ୍ତୀରେ ନବୀନଙ୍କୁ ସିଧା ନିଶାନା କଲେ ଶ୍ରୀମୟୀ ମିଶ୍ର । ବିରୋଧୀ ଦଳ ନେତାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମୟୀ । କହିଛନ୍ତି, ଦୀର୍ଘ ତିନି ଦଶନ୍ଧି ଧରି ଯେଉଁ ବ୍ୟକ୍ତି କ୍ଷମତାରେ ରହିଛନ୍ତି , କେତେଥର ଦିଲ୍ଲୀ ଦରବାରରେ ବିଜୁବାବୁଙ୍କୁ ଭାରତ ରତ୍ନ ସମ୍ମାନ ଦେବା ପାଇଁ ଚେଷ୍ଟା କରିଛନ୍ତି । ଯଦି ଆନ୍ତରିକତାର ସହ ଚେଷ୍ଟା କରିଥାନ୍ତେ । ଆଜି କଣ ବିଜୁ ବାବୁଙ୍କୁ ଭାରତ ରତ୍ନ ସମ୍ମାନ ମିଳିନଥାନ୍ତା କି ବୋଲି ପ୍ରଶ୍ନ ପଚାରିଛନ୍ତି ଶ୍ରୀମୟୀ? ଯେଉଁ ବାପାଙ୍କର ନାଁ ନେଇ କ୍ଷମତା ଉପଭୋଗ କଲେ କଣ ଖାଲି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ହିଁ ଜଣେ ପ୍ରଭାବଶାଳୀ ପୁତ୍ରର କର୍ତ୍ତବ୍ୟ । ପୁରୀ ସ୍ୱର୍ଗ ଦ୍ୱାରରେ ବିଜୁ ବାବୁଙ୍କ ସମାଧିକୁ ଭାଙ୍ଗି ଦେଇଥିଲେ । ସବୁ ଦିନ ପାଇଁ ବିଜୁ ବାବୁଙ୍କର ସ୍ମୃତିକୁ ସମାଧିସ୍ଥ କରିଦେଇଥିଲେ । ଯଦିଓ ସେ ସମାଧିକୁ ସେ ତିଆରି କରିନଥିଲେ ଏବଂ ତାଙ୍କୁ ଭଲ ପାଉଥିବା ଲୋକେ ଏହାର ନିର୍ମାଣ କରିଥିଲେ । ଓଲଟା ବାହା ବାହା ନେବାକୁ ସରକାରୀ ଅଧିକାରୀଙ୍କ ମାଧ୍ୟମରେ ବଳିଦାନର କାହାଣୀ ରଚିବାର ପ୍‌୍ରୟାସ କରିଥିଲେ । ସେ ଚାହିଁଥିଲେ ପୁରୀ ସହରର ଯେ କୌଣସି ସ୍ଥାନରେ ବିଜୁ ବାବୁଙ୍କର ସମାଧିକୁ ପୁନଃ ନିର୍ମାଣ କରିପାରିଥାନ୍ତେ । ଏହା କଣ ତାଙ୍କ ପ୍ରତି ତାଙ୍କର କୁଚକ୍ରୀ ମାନସିକତାକୁ ଉଜାଗର କରୁନି କି ? ବିଜୁ ବାବୁଙ୍କର ଶେଷ ସମୟରେ ନିଜ ଘରେ ବାପାଙ୍କ ଭଳି ପାଖରେ ରଖି ସବୁ କଥା ବୁଝୁଥିଲେ ଦିଲ୍ଲୀପ ରାୟ ।ବାପା ମାଙ୍କର ସେବା କରୁଥିବା ବ୍ୟକ୍ତିଙ୍କ ପ୍ରତି ସବୁ ପିଲାମାନେ କୃତଜ୍ଞ ରୁହନ୍ତି । ରାଜ୍ୟସଭା ନିର୍ବାଚନରେ ବିଜୁ ବାବୁଙ୍କ ପ୍ରିୟ ଲୋକଙ୍କୁ ସମର୍ଥନ କରି କୃତଜ୍ଞତା ଜାହିର କରିବା ଉଚିତ ନୁହେଁ କି ବୋଲି କହିଛନ୍ତି ଶ୍ରୀମୟୀ । ଏମିତି କେତେ ନିର୍ବାଚନ ଆସିବ , ଯେଉଁଥିରେ ଅନ୍ୟପ୍ରାର୍ଥୀଙ୍କ ସମର୍ଥନ ଦିଆଯାଇପାରିବ କିନ୍ତୁ ବିଜୁ ଜୟନ୍ତୀରେ ବିଜୁ ବାବୁଙ୍କର ସେବା କରିଥିବା ବ୍ୟକ୍ତିଙ୍କୁ ଯଦି ସମ୍ମାନ ଓ ସମର୍ଥନ ନ ଦେଇପାରିବେ ତେବେ ସେ ପୁତ୍ର କୃତଜ୍ଞ ନା କୃତଘ୍ନ । ବିଜୁ ବାବୁଙ୍କୁ ଆଦର୍ଶ ମାନୁଥିବା ବିଧାୟକ ମଧ୍ୟ ନିଜ ବିବେକ ଅନୁସାରେ ନିଷ୍ପତ୍ତି ନେବେ ତାହା ସମୟ କହିବ ବୋଲି କହିଛନ୍ତି ଶ୍ରୀମୟୀ । ଏନେଇ ନବୀନ ପଟ୍ଟନାୟକ କିମ୍ବା ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking