36.1 C
Bhubaneswar
Tuesday, March 3, 2026
Homeଓଡିଶାରାଜ୍ୟସଭା: ନବୀନ- ଭକ୍ତ ବନାମ ମୋଦୀ

ରାଜ୍ୟସଭା: ନବୀନ- ଭକ୍ତ ବନାମ ମୋଦୀ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ବେଶ ସରଗରମ । ଦିଲ୍ଲୀପ ରାୟ ରାଜ୍ୟସଭା ମଇଦାନକୁ ଓହ୍ଲାଇବା ପରେ ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି । ଆହୁରି କୁହାଯାଉଛି ଯେ, ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର ନେଇ ବାଟ ଖୋଲିଲା । ବେଶ ଅଭିଜ୍ଞ ଦିଲ୍ଲୀପଙ୍କୁ ନେଇ ଶାସକ ବିଜେପି ଆଶାବାଦୀ ଅଛନ୍ତି । ଅତୀତରେ ବିଜେଡିକୁ ଚକମା ଦେଖାଇ ଦିଲ୍ଲୀପ ରାଜ୍ୟସଭା ଯାଇଛନ୍ତି । ଏପରି ସ୍ଥିତି ରେ ବିଜେଡି- କଂଗ୍ରେସ ମିଳିତ ପ୍ରାର୍ଥୀଙ୍କୁ ନେଇ ସସପେନ୍ସ ରହିଛି । ବିଜେଡି- କଂଗ୍ରେସର ମିଳିତ ପ୍ରାର୍ଥୀ ହେଉଛନ୍ତି ଡାକ୍ତର ଦତ୍ତେଶ୍ୱର ହୋତା । ଦତ୍ତେଶ୍ୱରଙ୍କୁ ନବୀନ କମନ କ୍ୟାଣ୍ଡିଡେଟ କରିବା ପରେ କଂଗ୍ରେସ ସମର୍ଥନ ଦେଇଛି ।ତେବେ ବଡ କଥା ହେଉଛି ଚତୁର୍ଥ ସିଟ କାହାର ହେବ । ଡାକ୍ତର ଦତ୍ତେଶ୍ୱର ହୋତା ନା ଦିଲ୍ଲୀପ ରାୟ । ବିଜେଡି ସଂତୃପ୍ତ ମିଶ୍ର ଏବଂ ଦତ୍ତେଶ୍ୱରଙ୍କ ନାଁ ଘୋଷଣା କରିଥିବା ବେଳେ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଥିଲା । ବର୍ତ୍ତମାନ ଦିଲ୍ଲୀପ ରାୟଙ୍କୁ ସମର୍ଥନ ଦେବ ବୋଲି ବିଜେପି ଘୋଷଣା କରିବା ପରେ ନବୀନଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନିଶ୍ଚୟ ଜିତିବେ । ଏଥିରୁ ଜଣାପଡୁଛି । ବିଜେଡି ନିଶ୍ଚିନ୍ତ କିଛି ବଡ ଧରଣର ଖେଳ ଖେଳିବ । ଅତୀତରେ ଦିଲ୍ଲୀପ ନବୀନଙ୍କୁ ରାଜ୍ୟସଭା ନିର୍ବାଚନରେ ଝଟକା ଦେଇଥିଲେ ।

୨୦୦୨ରେ ବିଜେଡି ପ୍ରାର୍ଥୀ ହୋଇଥିବା ନବୀନଙ୍କ ଡୁନ ସ୍କୁଲ ସାଥୀ ବରିଷ୍ଠ ନେତା ଅନଙ୍ଗ ଉଦୟସିଂଙ୍କୁ ହାରିବାକୁ ପଡିଥିଲା । ସେତେବେଳେ ନବୀନ କ୍ଷମତାରେ ଥାଇ ମଧ୍ୟ କିଛି କରିପାରିନଥିଲେ । ନିଜ ଦଳର କ୍ରସ ଭୋଟିଂଙ୍କୁ ପରଖି ପାରିନଥିଲେ । କ୍ରସ ଭୋଟିଂ କରାଇବାରେ ଦିଲ୍ଲୀପ ମାହିର ବୋଲି ସେତେବେଳେ କୁହାଯାଉଥିଲା । ବର୍ତ୍ତମାନ ସେହି ପରିସ୍ଥିତି ନବୀନଙ୍କ ଆଗରେ ଛିଡା ହୋଇଛି । ନବୀନ ସେ ସମୟରେ ଦଳର ୬ ଜଣ ବିଧାୟକଙ୍କୁ ନିଲମ୍ବିତ କରିଥିଲେ । କିନ୍ତୁ ନିଲମ୍ବନ ଏ ସମସ୍ୟାର ସମାଧାନ ନୁହେଁ । ବର୍ତ୍ତମାନତ୍ତଦତ୍ତେ ଶ୍ୱର ହୋତାଙ୍କ ଜିତିବା ହାରିବା ତାଙ୍କ ପାଇଁ ଯେତିକି ବଡ କଥା ନୁହେଁ , ଏବେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଓ କଂଗ୍ରେସ ରାଜ୍ୟ ମୁଖିଆ ଭକ୍ତ ଦାସଙ୍କ ସମ୍ମାନର ପ୍ରଶ୍ନ ଉଠିଛି ।

ନବୀନଙ୍କ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ସୋମବାର ବିଧାୟକ ଦଳର ବୈଠକ ପରେ ଦତ୍ତେଶ୍ୱରଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ଦତ୍ତେଶ୍ୱର ମଧ୍ୟ କଂଗ୍ରେସ ବିଧାୟକ ଦଳ ବୈଠକରେ ସେମାନଙ୍କ ସମର୍ଥନ ଲୋଡିବାକୁ ଯାଇଥିଲେ । ଏଣୁ ଉଭୟ ନେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଡୁଆରେ ପକାଇଛନ୍ତି । ରାଜନେତା ଭାବରେ ଦିଲ୍ଲୀପ ଯେତିକି ଜଣାଶୁଣା ନୁହଁନ୍ତି, ଜଣେ ସଫଳ ହୋଟେଲ ବ୍ୟବସାୟୀ ଭାବରେ ବେଶ ପରିଚିତ । ଦେଶର ବିଭିନ୍ନ ସ୍ଥାନରେ ସେ ହୋଟେଲ ବ୍ୟବସାୟୀ ମେଲାଇଛନ୍ତି । ତାଙ୍କ ଅର୍ଥ ଆଗରେ ଡାକ୍ତର ହୋତା ପାସାଙ୍ଗରେ ପଡିବେ ନାହିଁ ବୋଲି କୁହାଯାଉଛି । ସଂଖ୍ୟା ଗଣିତ ଅନୁସାରେ ଦିଲ୍ଲୀପଙ୍କୁ ଜିତେଇବା ପାଇଁ ବିଜେପି ହାତରେ ଆବଶ୍ୟକ ସଂଖ୍ୟକ ବିଧାୟକ ନାହାନ୍ତି । ଏଥିପାଇଁ ତାଙ୍କୁ ଅନ୍ୟୁନ ୮ ଜଣ ବିଧାୟକଙ୍କର ସମର୍ଥନ ଆବଶ୍ୟକ ପଡିବ ।କଂଗ୍ରେସ ଓ ବିଜେପିରୁ ସେ କ୍ରସ ଭୋଟିଂ କରି ଜିତିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି କୁହାଯାଇଛି । ବିଶେଷକରି କଂଗ୍ରେସରୁ ଅଧିକ ଆସନ ନେବେ ବୋଲି କୁହାଯାଇଛି । କିନ୍ତୁ ବିଜେଡି ଓ କଂଗ୍ରେସ ଉଭୟ କଂଗ୍ରେସକୁ ସମର୍ଥନ ଦେଉଥିବାରୁ ଦୁଇ ଦଳର ନେତା ଯଦି ନିଜ ନିଜ ଦଳର ବିଧାୟକଙ୍କୁ ଏକାଠି ରଖିପାରିବେ ଦତ୍ତେଶ୍ୱେରଙ୍କୁୁ ଜିତିବା ସହଜ ହେବ । ଘୋଡା ବେପାରରେ ତାଙ୍କୁ ସାମିଲ ହେବାକୁ ପଡିବ ନାହିଁ । ଘୋଡା ବେପାର ଯଦି ହୁଏ, ତେବେ ଦିଲ୍ଲୀପଙ୍କ ଆଗରେ ଦତ୍ତେଶ୍ୱର ଟେକିବା ସମ୍ଭବ ହୋଇନପାରେ ବୋଲି କୁହାଯାଉଛି ।

ଦିଲ୍ଲୀପଙ୍କୁ ସମର୍ଥନ ଦେବ ବିଜେପି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking