36.1 C
Bhubaneswar
Tuesday, March 3, 2026
Homeଓଡିଶାରାହୁଲ ହତ୍ୟା: ସାମ୍ନାକୁ ଆସିଲେ ସାଙ୍ଗ ଶିବା

ରାହୁଲ ହତ୍ୟା: ସାମ୍ନାକୁ ଆସିଲେ ସାଙ୍ଗ ଶିବା

ଭୁବନେଶ୍ୱର: ଭୁବନେଶ୍ୱର ଜିଜିପି କଲୋନୀ ରାହୁଲ ହତ୍ୟାକାଣ୍ଡ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି । ସାମ୍ନାକୁ ଆସିଛନ୍ତି ରାହୁଲଙ୍କ ସାଙ୍ଗ ଶିବା । ଗତକାଲି ରାହୁଲଙ୍କ ପତ୍ନୀ ଶିବାଙ୍କ ଭୁମିକାକୁ ନେଇ ସନ୍ଦେହ କରିଥିବା ବେଳେ ଆଜି ଶିବା କିନ୍ତୁ ଭିନ୍ନ କଥା କହୁଛନ୍ତି । ଶିବା କହିଛନ୍ତି, ଖେଳ ପଡିଆରେ ପ୍ରଥମେ କାଚ ଭଙ୍ଗା ଶବ୍ଦ ଶୁଣିବାରୁ ପ୍ରତିବାଦ କରିଥିଲି । ପିଲାମାନେ ଏଠି ଖେଳୁଛନ୍ତି । କାହିଁକି କାଚ ଭାଙ୍ଗି ଫିଙ୍ଗୁଛ ବୋଲି ପଚାରିଥିଲି । ଏହାପରେ ସେମାନେ ତୁ କିଏ କହି ଗାଳି ଗୁଲଜ କରିି ପଚାରିଥିଲେ । ଏହି ଯୁକ୍ତିତର୍କରୁ ଠେଲାପେଲା ହେଲା । ମୁଁ ଅଚେତ ହୋଇ ତଳେ ପଡିହୋଇଗଲି । ରାହୁଲଙ୍କୁ କିଏ ଛୁରି ମାରିଲା ମୁଁ ଦେଖି ପାରିନଥିଲି ବୋଲି ଶିବା କହିଛନ୍ତି । ପୋଲିସ କାଲି ରାତି ସାଢେ ୯ଟାରେ ମୋ ବୟାନ ରେକର୍ଡ କରିଛନ୍ତି ବୋଲି ସେ କହିଛନ୍ତି । ଛୁରୀ ଧରି ସେମାନେ କାହିଁକି ପଡିଆକୁ ଆସିଥିଲେ ତଦନ୍ତ ହେବା ଦରକାର ବୋଲି ଶିବା କହିଛନ୍ତି । ତେବେ ହତ୍ୟାକାଣ୍ଡ ନେଇ ପୋଲିସ ସୂଚନା ଏବଂ ଶିବା, ସଚିନର ବୟାନ ତାଳମେଳ ରହୁନି । ଅନ୍ୟପଟେ ମୃତ ରାହୁଲଙ୍କ ପତ୍ନୀ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି , ସେଠି ତ ଭୋଜି ହେଉନଥିଲା । ତାହାଲେ ଛୁରୀ କାହିଁକି ଯାଇଥିଲା । ପ୍ରତ୍ୟେକ୍ଷଦର୍ଶୀ କହୁଛନ୍ତି ଯବାନ ଛୁରୀ ମାରିଛି , ପୋଲିସ କହୁଛି ଛୁଆ ଭୁସିଦେଲା । ହ୍ୱାଇଟ ଟି ସାର୍ଟ ପିନ୍ଧିଥିବା ବ୍ୟକ୍ତି ଛୁରୀ ମାରିଥିବା ପ୍ରତ୍ୟେକ୍ଷଦର୍ଶୀ କହୁଛନ୍ତି । ପୋଲିସ କେମିତି ଅଭିଯୁକ୍ତଙ୍କ କଥା ଅନୁସାରେ ବୟାନ ରଖୁଛି । ଛୁରୀ ମାରି ସାରିବା ପରେ କେମିତି ବସି ସେଠି ମଦ ପିଇଲେ , ତେଣୁ ଏଥିରୁ ପୂର୍ବ ଯୋଜନା ଅନୁସାରେ ହତ୍ୟା ସନ୍ଦେହ କରାଯାଉଛି । ପୂର୍ବ ଶତ୍ରୁତା ନେଇ ମଧ୍ୟ ଦୁଇଜଣଙ୍କ ନାଁ କହିଛନ୍ତି ମୃତ ରାହୁଲଙ୍କ ପତ୍ନୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking