ଭୁବନେଶ୍ୱର: ବଢିଲା ରାଜ୍ୟସଭା କସରତ । ୧୬ ସେଟ ଫର୍ମ କିଣିଲା ବିଜେପି । ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ୪ ବିଧାୟକ ଯାଇ ଫର୍ମ କିଣିଲେ । ବିଜେପି ୧୬ ସେଟ ଫର୍ମ କିଣିବାକୁ ନେଇ ବଢିଲା ଚର୍ଚ୍ଚା । ପୂର୍ବରୁ ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ୬ ସେଟ ଫର୍ମ ନେଇଥିଲା । ବିଧାନସଭା ସମ୍ମିଳନୀ କକ୍ଷରୁ ୬ ସେଟ ଫର୍ମ ନେଇଥିଲେ ସସ୍ମିତ ପାତ୍ର । ସୂଚନାଥାଉକି, ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ଆଜିଠୁ ମାର୍ଚ୍ଚ ୫ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା ରହିଛି । ମାର୍ଚ୍ଚ ୬ ରେ ନାମାଙ୍କନ ଯାଞ୍ଚ ହେବ । ମାର୍ଚ୍ଚ ୯ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୧୬ରେ ରାଜ୍ୟସଭା ନିର୍ବାଚନ ହେବ । ଓଡିଶାର ୪ ଆସନ ପାଇଁ ହେବ ନିର୍ବାଚନ । ଓଡିଶା ସମେତ ୧୦ ରାଜ୍ୟରେ ଖାଲି ହେଉଛି ୩୭ ଆସନ ।ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ପାଇଁ ସଂତୃପ୍ତ ମିଶ୍ର, ଡାକ୍ତର ଦତେଶ୍ବର ହୋତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।










