ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍.ପି. ଓ ଡି.ସି.ପି.ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର କ୍ରାଇମ୍ ୟୁନିଟ୍ ମାନଙ୍କ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ଅଭିଯାନ ଅଧୀନରେ ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଏବଂ ଏଥିରେ ସମ୍ପୃକ୍ତ ସହାୟକମାନଙ୍କୁ ଚିହ୍ନଟ କରାଯାଇ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅନ୍ତର୍ଗତ ସମଗ୍ର ରାଜ୍ୟରେ ମୋଟ ୨୨୪୫୫ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିବା ବେଳେ ମ୍ୟୁଲ୍ ବ୍ୟାଙ୍କ ସମ୍ପର୍କିତ ୭୬୦ଟି ସାଇବର ମାମଲା, ଏଟିଏମ୍ ଟଙ୍କା ଉଠାଣ ସମ୍ପର୍କିତ ୩୧ଟି, ଚେକ୍ ଟଙ୍କା ଉଠାଣ ସମ୍ପର୍କିତ ୨୬ଟି ଏବଂ ନକଲି ସିମ୍/PoS ଯାଞ୍ଚ ସମ୍ପର୍କିତ ୧୬ଟି ନୂଆ ମାମଲା ରୁଜୁ ହୋଇଛି। ଏହାସହ ୨୮୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ନୂଆ ମାମଲା ଓ ୧୪୭ଟି ପୁରୁଣା ଏଫ୍.ଆଇ.ଆର୍ ସହ ସଂପୃକ୍ତ ୫୦୯୨ ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସହାୟକଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।
ଏହି ବିଶେଷ ଅଭିଯାନରେ ଜଗତସିଂହପୁର ଜିଲ୍ଲା ପୋଲିସ ୨୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୫ଟି ମାମଲା ରୁଜୁ କରିଥିବା ବେଳେ ୫ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ସେହିପରି ଯାଜପୁର ଜିଲ୍ଲା ପୋଲିସ ୩୮ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରିବା ସହ ୧୧ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ପୁରୀ ଜିଲ୍ଲା ପୋଲିସ ୯୪ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ମାମଲା ରୁଜୁ କରିଛି। ସେହିପରି ବରଗଡ଼ ଜିଲ୍ଲା ପୋଲିସ ୧୦୯ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରିବା ସହ ୧ ଜଣଙ୍କୁ ନୋଟିସ୍ ଜାରି କରିଛି। ଝାରସୁଗୁଡ଼ା ଜିଲ୍ଲା ପୋଲିସ ୮ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୪ଟି ମାମଲା ରୁଜୁ କରିଥିବା ବେଳେ ୧୬ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ସମ୍ବଲପୁର ଜିଲ୍ଲା ପୋଲିସ ୩୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ବ୍ୟାଙ୍କ ସଂପୃକ୍ତ ୩ଟି ଏବଂ ଚେକ୍ ଟଙ୍କା ଉଠାଣ ସଂପୃକ୍ତ ୧ଟି ମାମଲା ରୁଜୁ କରି ୧୫ ଜଣଙ୍କୁ ନୋଟିସ୍ ଜାରି କରିଛି।
ସେହିପରି କେନ୍ଦୁଝର ଜିଲ୍ଲା ପୋଲିସ ୧୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୫ଟି ମାମଲା ରୁଜୁ କରିବା ସହ ୫ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ରାଉରକେଲା ଜିଲ୍ଲା ପୋଲିସ ୬୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୩୭ଟି ମାମଲା ରୁଜୁ କରି ୩୭ ଜଣଙ୍କୁ ନୋଟିସ୍ ଜାରି କରିଛି। ସୁନ୍ଦରଗଡ଼ ଜିଲ୍ଲା ପୋଲିସ ୮ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରି ୧ ଜଣଙ୍କୁ ନୋଟିସ୍ ଜାରି କରିଛି। ବାଲେଶ୍ୱର ଜିଲ୍ଲା ପୋଲିସ ୧୧୪ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ମାମଲା ରୁଜୁ କରି ୬ ଜଣଙ୍କୁ ନୋଟିସ୍ ଜାରି କରିଛି। ଗଜପତି ଜିଲ୍ଲା ପୋଲିସ ୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରି ୫ ଜଣଙ୍କୁ ନୋଟିସ୍ ଜାରି କରିଛି। ଗଞ୍ଜାମ ଜିଲ୍ଲା ପୋଲିସ ୬୪ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୪ଟି ମାମଲା ରୁଜୁ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ୭ ଜଣଙ୍କୁ ନୋଟିସ୍ ଜାରି କରିଛି। ଢେଙ୍କାନାଳ ଜିଲ୍ଲା ପୋଲିସ ୧୨୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୫ଟି ମାମଲା ରୁଜୁ କରିଛି। ସେହିପରି କଟକ ଜିଲ୍ଲା ପୋଲିସ ୨୪ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ନକଲି ସିମ୍/PoS ସଂପୃକ୍ତ ୧ଟି ମାମଲା ରୁଜୁ କରିଛି ଏବଂ ୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନୂଆ ମାମଲା ଓ ୧ଟି ପୁରୁଣା ଏଫ୍.ଆଇ.ଆର୍ ସଂପୃକ୍ତ ୨ ଜଣଙ୍କୁ ନୋଟିସ୍ ଜାରି କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ୬ଟି ଏବଂ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ନୟାଗଡ଼ ଜିଲ୍ଲା ପୋଲିସ ୫୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବଲାଙ୍ଗିର ଜିଲ୍ଲା ପୋଲିସ ୨୬ଟି ଏବଂ ଭଦ୍ରକ ଜିଲ୍ଲା ପୋଲିସ ୧୧୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି।
ସେହିପରି ମୟୂରଭଞ୍ଜ ଜିଲ୍ଲା ପୋଲିସ ୭୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୮ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। କଟକ (UPD) ଜିଲ୍ଲା ପୋଲିସ ୬୮ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧୪ ଜଣଙ୍କୁ ନୋଟିସ୍ ଜାରି କରିଛି। ବ୍ରହ୍ମପୁର ଜିଲ୍ଲା ପୋଲିସ ୩୨ଟି ଏବଂ ଦେବଗଡ଼ ଜିଲ୍ଲା ପୋଲିସ ୬୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ବୌଦ୍ଧ ଜିଲ୍ଲା ପୋଲିସ ୫୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୫୭ ଜଣଙ୍କୁ ନୋଟିସ୍ ଜାରି କରିଛି। ସେହିପରି କନ୍ଧମାଳ ଜିଲ୍ଲା ପୋଲିସ ୨୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ପୁରୁଣା ଏଫ୍.ଆଇ.ଆର୍ ସଂପୃକ୍ତ ୩୧ ଜଣଙ୍କୁ ନୋଟିସ୍ ଜାରି କରିଛି। କଳାହାଣ୍ଡି ଜିଲ୍ଲା ପୋଲିସ ୪୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧୧ ଜଣଙ୍କୁ ନୋଟିସ୍ ଜାରି କରିଛି। କୋରାପୁଟ ଜିଲ୍ଲା ପୋଲିସ ୨ଟି, ନବରଙ୍ଗପୁର ଜିଲ୍ଲା ପୋଲିସ ୬ଟି ଏବଂ ନୂଆପଡ଼ା ଜିଲ୍ଲା ପୋଲିସ ୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ରାଜ୍ୟବାସୀଙ୍କ ଡିଜିଟାଲ କାରବାରର ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା ପ୍ରତିଶ୍ରୁତିବଦ୍ଧ। ସାଇବର ଅପରାଧ ମୁକ୍ତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନ ଆଗାମୀ ଦିନରେ ଆହୁରି କଡ଼ାକଡ଼ି ହେବ ବୋଲି ଡିଜିପି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।










