ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀ ଘୋଷଣା ନେଇ ସବୁ ଖୋଲି କହିଲେ ଭକ୍ତ ଦାସ । ଦତ୍ତେଶ୍ୱର ହୋତାଙ୍କୁ ବିଜେଡି କମନ କ୍ୟାଣ୍ଡିଡେଟ କରିବା ନେଇ ଦଲେ ମତ । ଗତ ସୋମବାର ନବୀନଙ୍କ ସହ ମୋର ଆଲୋଚନା ହୋଇଥିଲା । ତଦନୁଯାୟୀ ନବୀନ ବାବୁ କମନ କ୍ୟାଣ୍ଡିଡେଟ ଘୋଷଣା କରିଛନ୍ତି । ଆମେ କଂଗ୍ରେସ ହାଇକମାଣ୍ଡଙ୍କୁ ଜଣାଇଛୁ ଓ ଅନୁମତି ମଧ୍ୟ ନେଇଛୁ । କମନ କ୍ୟାଣ୍ଡିଡେଟଙ୍କ ଉପରେ ଚାପ ସୃଷ୍ଟି କରା ନ ଯାଉ । ଚାପର ବଶବର୍ତ୍ତୀ ହୋଇ ସେ ପ୍ରାର୍ଥିତ୍ୱ ପ୍ରତ୍ୟାହାର ନକରନ୍ତୁ । ୨ ତାରିଖରେ ଘୋଡା ବେପାର ରୋକିବା ପାଇଁ ପଦକ୍ଷେପ ନେବୁ । ଘୋଡା ବେପାର ବନ୍ଦ କରି କମନ କ୍ୟାଣ୍ଡିଡେଟ ଜିତାଇବା ଲକ୍ଷ୍ୟ ରଖାଯାଇଛି ।










