25.1 C
Bhubaneswar
Friday, February 27, 2026
Homeଓଡିଶାଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ଉପଦେଷ୍ଟା କମିଟି ଗଠିତ

ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ଉପଦେଷ୍ଟା କମିଟି ଗଠିତ

ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପାଲ ଗୌତମଙ୍କ ଅନୁମୋଦନ ଓ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ପରାମର୍ଶକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ଉପଦେଷ୍ଟା କମିଟି ଗଠିତ ହୋଇଯାଇଛି । ଏହି ଗଠିତ କମିଟିର ଉଦ୍ଦେଶ୍ୟ ଦଳକୁ ବିଭିନ୍ନ କ୍ଷେତ୍ରରେ ସହାୟତା ଦେବା ତଥା ସାଂଗଠନିକ କ୍ଷେତ୍ରରେ ଦଳକୁ ମଜବୁତ କରିବା ରହିଛି । ଏହି କମିଟିରେ ଅଧ୍ୟକ୍ଷ ଭାବେ ପିସିସି ସଭାପତି ଭକ୍ତ ଚରଣ ଦାସ, ଆବାହକ ଭାବେ ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକ ଏବଂ ସଦସ୍ୟରୂପେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ବିଧାୟକ ଭାରତ ଭୂଷଣ ବେମାଲ, ବିନୋଦ ପାତ୍ର, ନିମାଇଁ ସରକାର, ଡ. ତ୍ରିନାଥ ବେହେରା, ନେତ୍ରାନନ୍ଦ ମଲ୍ଲିକ, କୃଷ୍ଣଚନ୍ଦ୍ର ଶଗରିଆ, ଶ୍ରୀମତୀ ପ୍ରତିମା ମଲ୍ଲିକ, ଶ୍ରୀମତୀ କନକଲତା ମଲ୍ଲିକ ଓ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ବିନତୀ ଖିଲୋ ରହିଛନ୍ତି । ଉକ୍ତ କମିଟି ଗଠନ ହେବା ଫଳରେ ଅନୁସୂଚିତ ଜାତିଙ୍କ ନ୍ୟାୟ ଏବଂ ଅଧିକାର ପାଇଁ ଅଧିକ ଶକ୍ତି ମିଳିବ ତଥା ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିହେବ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପାଲ ଗୌତମ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking