26.3 C
Bhubaneswar
Thursday, April 23, 2026
Homeଓଡିଶା୪୮ ଦିନର ସଂଘର୍ଷ ପରେ ଆଖି ବୁଜିଲେ ବିରେନ୍

୪୮ ଦିନର ସଂଘର୍ଷ ପରେ ଆଖି ବୁଜିଲେ ବିରେନ୍

ରାୟଗଡ଼ା: ଦୀର୍ଘ ୪୮ ଦିନ କାଳ ମୃତ୍ୟୁ ସହ ଲଢ଼ି ଶେଷରେ ହାରିଗଲେ ସପ୍ତମ ଶ୍ରେଣୀର ଛାତ୍ର ବିରେନ୍ ଟାକ୍ରୀ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ା ବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଅଗ୍ନିକାଣ୍ଡ ଘଟଣାରେ ଗୁରୁତର ହୋଇ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଥିବା ବିରେନ୍‌ଙ୍କର ମୃତ୍ୟୁ ହୋଇଛି। ଚିକିତ୍ସାରେ ଅବହେଳା ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପରିବାର ଓ ଗ୍ରାମବାସୀ ଶବକୁ ବିଦ୍ୟାଳୟ ସମ୍ମୁଖରେ ରଖି ପ୍ରତିବାଦ କରିବା ସହ କ୍ଷତିପୂରଣ ଦାବିରେ ଅଡ଼ି ବସିଥିଲେ। ସୂଚନାଯୋଗ୍ୟ, ଗତ ଜାନୁଆରୀ ୫ ତାରିଖରେ ପାଇକଡ଼ାକୁଲୁଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଉପର ମହଲାରେ ଜଣେ ଛାତ୍ର ଅନ୍ୟ ୪ ଜଣ ଛାତ୍ରଙ୍କ ଉପରେ ଥିନର ପକାଇ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ୪ ଜଣ ଯାକ ଛାତ୍ର ପୋଡ଼ି ଯାଇଥିବା ବେଳେ ବିରେନ୍ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ତାଙ୍କର ମୃତ୍ୟୁ ଖବର ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ବିଦ୍ୟାଳୟର ଶିକ୍ଷକମାନଙ୍କୁ କିଛି ସମୟ ଅଟକ ରଖିଥିଲେ, ଯାହାକୁ ପରେ ପୁଲିସ ପହଞ୍ଚି ସମାଧାନ କରିଥିଲା। ଆଜି ଭୋର୍‌ରୁ ବିରେନ୍‌ଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ସ୍ଥିତି ପୁଣି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଶବକୁ ସ୍କୁଲ ଗେଟ୍ ସାମ୍ନାରେ ରଖି ପରିବାର ଲୋକେ ଧାରଣା ଦେଇଥିଲେ। ଖବର ପାଇ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ମୁନିଗୁଡ଼ା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସରକାରୀ ନିୟମ ଅନୁଯାୟୀ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ଏବଂ ପରିବାର ପକ୍ଷରୁ ଶବ ସତ୍କାର କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking