27.1 C
Bhubaneswar
Thursday, April 30, 2026
Homeଓଡିଶାଜାତିପ୍ରଥା: ଶବକୁ ମିଳିଲାନି ଚାରି କାନ୍ଧ

ଜାତିପ୍ରଥା: ଶବକୁ ମିଳିଲାନି ଚାରି କାନ୍ଧ

ନବରଙ୍ଗପୁର: ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ। ପାଖ ପଡ଼ୋଶୀ କେହି ମଧ୍ୟ ମୃତକଙ୍କ ଶବକୁ ଛୁଇଁଲେନି। ଶେଷରେ କୌଣସି ଉପାୟ ନପାଇ ମୃତକଙ୍କ ଭଉଣୀ, ଭାଣିଜୀ, ଅନ୍ୟ ଜାତିରେ ବିବାହ କରିଥିବା ସାନ ଝିଅ ଓ ସାନ ପୁଅ ଦେଲେ କାନ୍ଧ। ଶେଷରେ ଶ୍ମଶାନରେ ଶବକୁ ନେଇ ସତ୍କାର କରିଥିଲେ। ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁରଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ କଂଗ୍ରା ଗ୍ରାମରେ। ଜାତିପ୍ରଥାକୁ ନେଇ ଶବଦାହ ନିମନ୍ତେ ଚାରି କନ୍ଧ ଦେବାକୁ ଜାତିଭାଇ ମିଳିଲେନି।  ସରକାର ଜାତିପ୍ରଥାକୁ ନେଇ ଯେତେ କଠୋର ଆଇନ କାନୁନ କରିଥିଲେ ମଧ୍ୟ ସଭ୍ୟ ସମାଜରେ ଜାତିପ୍ରଥା ରହିଥିବା ଦେଖିବାକୁ ମିଳୁଛି । ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଂଗ୍ରା ଗ୍ରାମର ଦୁର୍ଜନ ମାଝୀଙ୍କର ଦେହାନ୍ତ ହୋଇଥିଲା । କିଛି ପାଖ ପଡ଼ୋଶୀ ଯାଇଥିଲେ ମଧ୍ୟ କେହି ଛୁଇଁ ନଥିଲେ । ଯାହାକୁ ନେଇ ସାନ ପୁଅ ଜାତିପ୍ରଥା ନୀତି ନିୟମ ଉପରେ ଆଙ୍ଗୁଳି ଦେଖାଇବା ସହ ନ୍ୟାୟ ଭିକ୍ଷା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking