27.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶଆଜିଠୁ ଦୁଇଦିନିଆ ଇସ୍ରାଏଲ ଗସ୍ତରେ ଯିବେ ମୋଦୀ

ଆଜିଠୁ ଦୁଇଦିନିଆ ଇସ୍ରାଏଲ ଗସ୍ତରେ ଯିବେ ମୋଦୀ

ନୂଆଦିଲ୍ଲୀ: ଆଜିଠୁ ଦୁଇଦିନିଆ ଇସ୍ରାଏଲ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଏହି ଗସ୍ତ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ ହେଉଛି । ଯେଉଁ ସମୟରେ ଇସ୍ରାଏଲ ଓ ଇରାନ ମଧ୍ୟରେ ତିକ୍ତତା ବଢିଚାଲିଛି । ସେହି ସମୟରେ ମୋଦୀ ଇସ୍ରାଏଲ ଗସ୍ତ କରୁଛନ୍ତି ।ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ ଓ ବୈଷୟିକ ଜ୍ଞାନ କୌଶଳ ଭଳି ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ସବୁଠୁ ବଡ କଥା ହେଲା ମୋଦୀଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ଇସ୍ରାଏଲରେ ଏକ ନୂଆ ମେଣ୍ଟ ଗଠନ ହୋଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନୟାହୁ ଏହାର ନାଁ ରଖିଛନ୍ତି ହେକ୍ସାଗନ ଗଠବନ୍ଧନ । ନେତାନ୍ୟାହୁଙ୍କର କହିବା କଥା, ମଧ୍ୟପ୍ରାଚ୍ୟ କଟ୍ଟରପନ୍ଥୀଙ୍କୁ ମୁକାବିଲା କରିବା ପାଇଁ ହେକ୍ସାଗନ ଗଠବନ୍ଧନର ଆବଶ୍ୟକତା ରହିଛି । ନେତାନ୍ୟାହୁ ଏହି ଗଠବନ୍ଧନରେ ଭାରତ ସମେତ, ଇସ୍ରାଏଲ, ଗ୍ରୀସ ଓ ସାଇପ୍ରସକୁ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking