21.1 C
Bhubaneswar
Tuesday, February 24, 2026
Homeଓଡିଶାଖୁବଶୀଘ୍ର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି

ଖୁବଶୀଘ୍ର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଖୋଲି ଖୁବଶୀଘ୍ର ରତ୍ନ ଅଳଙ୍କାର ମଣତିଗଣତି କରାଯିବ। ଏଥିପାଇଁ ଦୁଇଟି ସ୍ୱତନ୍ତ୍ର କମିଟି ଗଠନ ସହ ୧୪ ପୃଷ୍ଠାର ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର)କୁ ଅନୁମୋଦନ ମିଳିଛି। ହାଇକୋର୍ଟଙ୍କ କଠୋର ଆଭିମୁଖ୍ୟ ପରେ ପ୍ରାୟ ୨୮ବର୍ଷ ପରେ ରତ୍ନଭଣ୍ଡାରର ରତ୍ନଅଳଙ୍କାର ମଣତିଗଣତି ହେବା ନେଇ ମାର୍ଗ ପ୍ରଶସ୍ତ ହୋଇଛି । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରତ୍ନଭଣ୍ଡାରର ଅଳଙ୍କାର ଗଣତି ଓ ଏହାର ଠିକ୍ ମୂଲ୍ୟାୟନ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି ପୃଥକ ଦଳ ତଦାରଖ ଏବଂ କାର୍ଯ୍ୟବାହୀ ଦଳ ଗଠନ କରାଯାଇଛି। ତଦାରଖ ଦଳ ସମ୍ପୂର୍ଣ୍ଣ କାର୍ଯ୍ୟର ଅନୁଧ୍ୟାନ କରିବେ।

ତଦାରଖ ଦଳର ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରି ଅଳଙ୍କାରଗୁଡ଼ିକର ଗଣତି ଓ ମୂଲ୍ୟାୟନ କାର୍ଯ୍ୟ କରିବେ। ଉଭୟ ଦଳିରେ ମୁଖ୍ୟ ପ୍ରଶାସକ ରହିବେ। ତଦାରଖ ଦଳରେ ଉଚ୍ଚସ୍ତରୀୟ କମିଟିର ଦୁଇଜଣ ଏବଂ ରତ୍ନଭଣ୍ଡାର ସବ୍‌କମିଟିର ଜଣେ ସେବକ ସଦସ୍ୟ ରହିବେ। କାର୍ଯ୍ୟବାହୀ ଦଳରେ ମୁଖ୍ୟ ପ୍ରଶାସକ, ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ, ପରିଚାଳନା କମିଟି ସେବାୟତ ସଦସ୍ୟ, ପାଟଯୋଶୀ ମହାପାତ୍ର, ଦେଉଳକରଣ, ତଢଉକରଣ ଏବଂ ଶ୍ରୀମନ୍ଦିର ବଣିଆ ରହିବେ। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ବଣିଆଙ୍କ ତାଲିକା ମଗାଯିବ। ରତ୍ନଭଣ୍ଡାରରେ ମୋତି ମାଣିକ୍ୟ ରହିଛି। ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଦୁଇଜଣ ଅଧିକାରୀରୁ ଜଣେ ରହିବେ। ପ୍ରତ୍ୟେକ ପ୍ରକ୍ରିୟାର ଭିଡୋଗ୍ରାଫି କରାଯିବ। ୧୦ ଜଣ ରହିବେ ଗଣତି ମଣତି କାର୍ଯ୍ୟରେ। ୧୯୭୮ ମସିହାରେ ଯେଉଁ ୭୨ ଦିନ ଗଣତି ମଣତି ହୋଇଥିଲା। ୧୯୮୨ ଓ ୮୫ କିଛି ଅଳଙ୍କାର ମହାପ୍ରଭୁଙ୍କ କାର୍ଯ୍ୟ ପାଇଁ ବାହାରିଥିଲା। ଚଳନ୍ତି ରତ୍ନଭଣ୍ଡାରର ପ୍ରଥମେ ଗଣତି ମଣତି କରାଯିବ। ପରେ ବାହାର ରତ୍ନଭଣ୍ଡାର ଗଣତି ମଣତି କରାଯିବ। ଶେଷରେ ଭିତର ରତ୍ନଭଣ୍ଡାର ଗଣତି ମଣତି କରାଯିବ। ସମସ୍ତ ଅଳଙ୍କାର ର ନାମକରଣ କରାଯିବ। ବିଭିନ୍ନ ଅଳଙ୍କାର ବିଭିନ୍ନ ସିନ୍ଦୁକରେ ରଖିବା ପାଇଁଁ ନିଷ୍ପତ୍ତି ହୋଇଛି। ଗଣତି ମଣତି ସମୟରେ ବାହାରକାଠ ନିକଟରୁ ଦର୍ଶନ ହେବ। ପାଳିଆ ସେବକ କେବଳ ନୀତି କାନ୍ତି ପାଇଁ ଯାଇପାରିବେ। ଆସନ୍ତା ସପ୍ତାହରେ ପରିଚାଳନା କମିଟି ବୈଠକ ବସିବ। ବୈଠକରେ ଅନୁମୋଦନ ହେବା ପରେ ରତ୍ନ ଅଳଙ୍କାର ଗଣତି ମଣତି ହେବ ବୋଲି ସୂଚନା ମିଳିଛି।

ରତ୍ନଭଣ୍ଡାର ଗଣତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆସନ୍ତା ମାର୍ଚ୍ଚ ମାସରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରାୟ ୧୩୫ ଦିନର କ୍ୟାଲେଣ୍ଡରକୁ ଅନୁଧ୍ୟାନ କରିଛନ୍ତି। ସେଥିରୁ ପ୍ରାୟ ୧୦୦ ଦିନ ବିଭିନ୍ନ ପର୍ବପର୍ବାଣୀ, ରଥଯାତ୍ରା ଭଳି ବଡ଼ ନୀତିକାନ୍ତି ଓ ଶନିବାର-ରବିବାର ପଡ଼ୁଥିବାରୁ ଭକ୍ତଙ୍କ ପ୍ରବଳ ଭିଡ଼ ରହିବ, ଯେଉଁଥିପାଇଁ ଏସବୁ ଦିନଗୁଡ଼ିକ ମଣତିଗଣତି ପାଇଁ ଅନୁପଯୁକ୍ତ। ତେଣୁ ନୀଳାଦ୍ରି ବିଜେ ପୂର୍ବରୁ ମାତ୍ର ୨୪ ଦିନକୁ ଚିହ୍ନଟ କରାଯାଇଛି, ଯେଉଁ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି କିମ୍ବା ଶ୍ରଦ୍ଧାଳୁଙ୍କ ଦର୍ଶନରେ କୌଣସି ବାଧା ସୃଷ୍ଟି ନକରି ଗଣତି କାର୍ଯ୍ୟ କରାଯାଇପାରିବ ବୋଲି ଜଣାପଡ଼ିଛି।ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରତିଶ୍ରୁତି ମୁତାବକ ପ୍ରାୟ ୪୬ ବର୍ଷ ପରେ ୨୦୨୪ ଜୁଲାଇ ୧୪ତାରିଖରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ରତ୍ନଭଣ୍ଡାର ଭିତରେ ଥିବା ସମସ୍ତ ସୁନା ଓ ରୁପା ଅଳଙ୍କାରକୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇ ମନ୍ଦିର ପରିସରରେ ଥିବା ଏକ ଅସ୍ଥାୟୀ ‘ଷ୍ଟ୍ରଙ୍ଗ ରୁମ’କୁ ସ୍ଥାନାନ୍ତର କରାଯିବା ସହ ରତ୍ନଭଣ୍ଡାର କୋଠରୀର କାନ୍ଥ ଓ ଛାତର ସ୍ଥିତି ଯାଞ୍ଚ କରି ଆବଶ୍ୟକ ମରାମତି କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking