ଭୁବନେଶ୍ୱର: ବାରିପଦାରୁ ଭୁବନେଶ୍ୱରକୁ ଏୟାର ଟ୍ୟାକ୍ସି ସେବା ଆରମ୍ଭ ହେବ। ମାର୍ଚ୍ଚ ପ୍ରଥମ ସପ୍ତାହରୁ ଏୟାର ଟ୍ୟାକ୍ସି ସେବା ଆରମ୍ଭ ହେବାକୁ ଯାଉଛି।ଆଜି ଏହି ସମ୍ପର୍କରେ ପବନ ହଂସ କମ୍ପାନୀ ଦ୍ୱାରା ଏକ ପରୀକ୍ଷାମୂଳକ ଯାତ୍ରା କରାଯାଇଥିଲା। ପରୀକ୍ଷାମୂଳକ ଅବତରଣ ପରେ, ପବନ ହଂସ କମ୍ପାନୀର କର୍ମଚାରୀମାନେ ଜିଲ୍ଲା ପୋଲିସ ଏବଂ ଜିଲ୍ଲା ପର୍ଯ୍ୟଟନ ବିଭାଗ ସହିତ ଆଲୋଚନା କରିଥିଲେ। ଏହି ସେବା ବାରିପଦା ପୋଲିସ ଲାଇନ୍ ହେଲିପ୍ୟାଡ୍ ରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ଉପଲବ୍ଧ ହେବ।ରାଜ୍ୟ ବାଣିଜ୍ୟ, ପରିବହନ ଏବଂ ପର୍ଯ୍ୟଟନ ବିଭାଗ ସହିତ ଆଲୋଚନା କରାଯାଇଛି। ପର୍ଯ୍ୟଟକମାନଙ୍କୁ ଭୁବନେଶ୍ୱରରୁ ବାରିପଦା ଆଣିବା ଏବଂ ଶିମିଳିପାଳର ପାଦଦେଶରେ ଥିବା ଲୁଲୁଙ୍ଗରେ ରହିବା ବ୍ୟବସ୍ଥା କରାଯାଇଛି।ଏହି ସେବା ଫଳରେ, ଜିଲ୍ଲାର ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ଯାହା ମୟୂରଭଞ୍ଜ ଜିଲ୍ଲାରେ ବାଣିଜ୍ୟିକ ବିକାଶକୁ ମଧ୍ୟ ପ୍ରୋତ୍ସାହିତ କରିବ। ପ୍ରାରମ୍ଭିକ ଭାବରେ, ହେଲିକପ୍ଟର ସେବା ମାସରେ 4 ରୁ 5 ଥର ଉଡ଼ାଣ କରିବ।










