କନ୍ଧମାଳ: କନ୍ଧମାଳ ଜିଲ୍ଲା କରଡା ଜଙ୍ଗଲରେ ଗୁଳି ବିନିମୟ ଜାରି । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ନକ୍ସଲ ନିପାତ ହୋଇଛନ୍ତି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । କନ୍ଧମାଳ ଜିଲ୍ଲା ସୀମାନ୍ତ ରାଇକିଆ ଥାନା ଅନ୍ତର୍ଗତ କରଡା ଜଙ୍ଗଲରେ ମାଓ ଗତିବିଧି ସୁରାକ ପାଇ ଶୁକ୍ରବାର ରାତିରୁ ଏସଓଜି ଯବାନ ମାନେ ଅପରେସନ ଆରମ୍ଭ କରିଥିଲେ । ରବିବାର ସକାଳେ ନିତିବାଡି ଗାଁ ନିକଟରେ ଯବାନଙ୍କ ସହ ମାଓବାଦୀଙ୍କ ମୁହାଁମୁହିଁ ହୋଇଥିଲା । ମାଓବାଦୀଙ୍କ ଗୁଳିଚାଳନା ପରେ ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲେ । ପୁଲିସ ସେମାନଙ୍କ ନିକଟରୁ ଏକ ଏକେ- ୪୭ ଓ ଏସଏଲଆର ବନ୍ଧୁକ ଜବତ କରିଛି । ଏହି ଅପରେସନରେ ଏକାଧିକ ମାଓବାଦୀଙ୍କ ଶରୀରରେ ଗୁଳି ବାଜିଥିବା ସନ୍ଦେହ କରୁଛି ଗୁଇନ୍ଦା ବିଭାଗ । ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟକୁ ମାଓ ମୁକ୍ତ କରିବା ଲକ୍ଷ୍ୟରେ ଅଭିଯାନ ଚାଲିଛି ।










