34.1 C
Bhubaneswar
Saturday, February 21, 2026
Homeଓଡିଶାବନ୍ଧା ହେଲେ ଫରେଷ୍ଟର ଭାଗବତ ଭୂଷଣ ବେହେରା

ବନ୍ଧା ହେଲେ ଫରେଷ୍ଟର ଭାଗବତ ଭୂଷଣ ବେହେରା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଉତ୍ତର ବନଖଣ୍ଡ ରେଞ୍ଜର ଭଟାଙ୍ଗପଦର ଫେରେଷ୍ଟର ଭାଗବତ ଭୂଷଣ ବେହେରାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ସମ୍ପତ୍ତି ଉପରେ କରାଯାଇଥିବା ତଲାସ ଆଧାରରେ, ତାଙ୍କ ପାଖରେ ଆୟ ବହିର୍ଭୂତ ସମ୍ପତ୍ତି ଥିବା ଜଣାପଡ଼ିଥିଲା, ଯେଉଁଥିରେ ୧ଟି ନବନିର୍ମିତ ବହୁମହଲା କୋଠା, ୯ଟି ଉଚ୍ଚ ମୂଲ୍ୟର ପ୍ଲଟ୍, ପ୍ରାୟ ୪୭୦ ଗ୍ରାମ ସୁନା, ଜମା ୩୪.୦୮ ଲକ୍ଷ ଟଙ୍କା, ୨ଟି କୁବୋଟା ହାରୱେଷ୍ଟର ମେସିନ୍ (ବେନାମୀ), ୪ଟି ଟ୍ରାକ୍ଟର (ବେନାମୀ), ୧ଟି ଅଶୋକ ଲେଲ୍ୟାଣ୍ଡ ଟିପର୍ (ବେନାମୀ), ୧ଟି ଭାରତବେଞ୍ଜ ହାଇଭା (ବେନାମୀ), ୧ଟି ବୋଲେରୋ ଗାଡ଼ି (ବେନାମୀ), ୧ଟି ଟୟୋଟା କାର୍ ଇତ୍ୟାଦି ଅନ୍ତର୍ଭୁକ୍ତ, ଯାହା ସେ ସନ୍ତୋଷଜନକ ଭାବରେ ହିସାବ ଦେଇପାରିଲେ ନାହିଁ।

ଭବାନୀପାଟଣା ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଗତକାଲି ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଭବାନୀପାଟଣା ସହରସ୍ଥିତ ହିଲ ଟାଉନ ବାସଭବନ, ପୈତୃକ ଗାଁ ଦେଉଣ୍ଡି ଓ ଭଟାଙ୍ଗପଦର ସେକ୍ସନ ଅଫିସରେ ଏକକାଳୀନ ଚଢ଼ାଉ ହୋଇଥିଲା। ଏଥିରେ ଭିଜିଲାନ୍ସର ୪ ଜଣ ଡ଼ିଏସପି, ୭ ଜଣ ଇନ୍ସପେକ୍ଟର, ୪ଜଣ ଏଏସଆଇ ଏବଂ ସହଯୋଗୀ କର୍ମଚାରୀଙ୍କୁ ନେଇ ଟିମ ଗଠନ ହୋଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking