ଭୁବନେଶ୍ୱର: ସରକାର ଓ ମିଲର୍ସ ଚାଷୀଙ୍କୁ ଶୋଷଣ କରୁଥିବା କହିଲେ ରାମଚନ୍ଦ୍ର କାଡାମ । ଏହା ବିରୋଧରେ ବିଧାନସଭାରେ ପ୍ରତିବାଦ ଜାରି ରଖିଛି କଂଗ୍ରେସ । ଆମେ ଆଲୋଚନା ଚାହୁଁଛୁ । ସରକାର ଆଲୋଚନା କରୁନାହାନ୍ତି । ଅନ୍ୟପଟେ ବିଜେପି ବିଧାୟକ ସନାତନ ବିଜୁଳି ପ୍ରତିକ୍ରିୟା ରଖି କହିଛନ୍ତି, ୪ ଦିନ ହେଲା ବିଧାନସଭାକୁ ବନ୍ଦ କରିଛନ୍ତି ବିରୋଧୀ । ବାହାନା କରି ଗୃହ ବନ୍ଦ କରୁଛନ୍ତି , ଏମାନେ ବିକାଶର ବିରୋଧୀ । ସରକାରଙ୍କ ନିଷ୍ପତ୍ତିରେ ସମସ୍ତେ ଖୁସି ହେଲେ ବିରୋଧୀ ଦୁଃଖୀ ହୋଇଥାନ୍ତି । କଂଗ୍ରେସ ଓ ବିଜେଡି ହାତ ମିଳାଇଛନ୍ତି । ସରକାର ଆଲୋଚନା ପାଇଁ ପ୍ରସ୍ତୁତ । ସୂଚନାଥାଉକି, ଆଜି ବି ଚାଲିପାରିଲାନି ଗୃହ । ୧୧ଟା ୩୦ ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।










