ଭୁବନେଶ୍ୱର: ରାଜ୍ୟ ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯାଉଛି । ୩ ଲକ୍ଷ ୧୦ ହଜାର କୋଟିର ବଜେଟ ଉପସ୍ଥାପନା କରାଯାଇଛି । ଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୩,୧୮୨ କୋଟି ରହିଛି । କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୭ ହଜାର ୭୩୭ କୋଟି ଟଙ୍କା ମିଳିଛି । ସ୍ୱାସ୍ଥ୍ୟ ପାଇଁ ବ୍ୟୟ ମୋଟ ବଜେଟର ୭.୫% ରହିଛି । ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟାଳୟ, ସିଏଚସିରେ ୫ ହଜାର ବେଡ ବୃଦ୍ଧି କରାଯାଇଛି । ଏସସିବିରେ ୧୮୦୦ ଆଇିଡି ଶଯ୍ୟାର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ରହିଛି ।










