ଭୁବନେଶ୍ୱର: ତୁରନ୍ତ ଗାଡିର ଫିଟନେସ କରନ୍ତୁ, ନହେଲେ ବାତିଲ ହେବ ଆରସି । ଏପରି ଚେତାବନୀ ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ଯାତ୍ରୀବାହୀ ବସ ହେଉ କି ସ୍କୁଲ ବସ, ଫିଟନେସ ନଥିଲେ ଆକ୍ସନ ନିଆଯିବ । ପୂର୍ବରୁ ଆଖି ଦେଖି ଫିଟନେସ ଦିଆଯାଉଥିଲା, ଏବେ ଏଟିଏସ । କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଲାଣି, ବାରମ୍ବାର ଅମାନିଆ ହେଲେ ଆରସି ବାତିଲ ହେବ । ଡେଡଲାଇନ ଦେଲେ ଲୋକଙ୍କୁ ବାଧୁଛି କହିଲେ ମନ୍ତ୍ରୀ ।










