17.1 C
Bhubaneswar
Thursday, February 19, 2026
Homeଓଡିଶାଫୁଟିଲା ଗୁଳି, ଗଡ଼ିଲା ମୁଣ୍ଡ

ଫୁଟିଲା ଗୁଳି, ଗଡ଼ିଲା ମୁଣ୍ଡ

କଟକ: ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡା ଅଞ୍ଚଳରେ ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ରିଙ୍କୁ ଓରଫ ସୌମ୍ୟରଞ୍ଜନ ଜେନା(୩୨)। ପୁଲିସ ଏସ୍‌ସିବି ମେଡିକାଲ୍‌ରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସଂରକ୍ଷଣ ଗୃହରେ ରଖିଛି। ଏଭଳି ଲୋମହର୍ଷଣକାରୀ ଘଟଣାଘଟଣା ପଛରେ ପୂର୍ବ ବିବାଦ ଥିବା କୁହାଯାଉଛି। ନୂଆପଡ଼ା ପ୍ରେସ କଲୋନୀ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ କ୍ୱାର୍ଟରରେ ଆଜି ସୌମ୍ୟରଞ୍ଜନ ଓ ତାଙ୍କ ସାଙ୍ଗମାନେ ମିଶି ଭୋଜିଭାତ କରୁଥିଲେ। ଦିନ ପ୍ରାୟ ୩ଟା ବେଳକୁ ରୋଷେଇ ଶେଷ ହେବା ପରେ ସମସ୍ତେ ଖାଇବା ପାଇଁ ବସିଥିଲେ। ଏତିକିବେଳେ କୌଣସି ଏକ କାରଣକୁ ନେଇ ସେଠାରେ ବଚସା ହୋଇଥିଲା। ଏହାପରେ କେହି ଜଣେ ସୌମ୍ୟରଞ୍ଜନଙ୍କୁ ଗୁଳିମାଡ଼ କରିଥିଲା। ଗୁଳିଟି ତାଙ୍କ ବାମପଟ ଛାତିରେ ବାଜିଥିଲା। ଏହା ଦେଖି ଅନ୍ୟମାନେ ସେଠାରୁ ଦୌଡ଼ି ପଳାଇଥିଲେ। ସୌମ୍ୟରଞ୍ଜନ ରକ୍ତାକ୍ତ ଅବସ୍ଥାରେ ସେଠାରେ ପଡ଼ି ଛଟପଟ ହେଉଥିଲା ବେଳେ ଦୁଇ ଜଣ ଯୁବକ ତାଙ୍କୁ ନେଇ ପ୍ରଥମେ ଲିଙ୍କରୋଡ ସ୍ଥିତ ଏକ ବେସରକାରୀ ହସ୍ପିଟାଲକୁ ନେଇଥିଲେ। ପରେ ସେଠାରୁ ତାଙ୍କୁ ଏସ୍‌ସିବି ମେଡିକାଲ୍ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ସୌମ୍ୟରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଖବର ପାଇ ପ୍ରଥମେ ମଙ୍ଗଳାବାଗ ଥାନା ଓ ପରେ ମଧୁପାଟଣା ଥାନା ପୁଲିସ ମେଡିକାଲରେ ସୌମ୍ୟରଞ୍ଜନଙ୍କୁ ଆଣିଥିବା ଦୁଇ ଯୁବକଙ୍କୁ ଅଟକ ରଖିଥିଲା। କିଛି ସମୟ ପରେ ସୌମ୍ୟରଞ୍ଜନଙ୍କ ପରିବାର ଓ ସମ୍ପର୍କୀୟମାନେ ମେଡିକାଲରେ ପହଞ୍ôଚବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ମୃତ୍ୟୁ ପାଇଁ ଉକ୍ତ ଦୁଇ ଯୁବକଙ୍କୁ ଦାୟୀ କରି ପରିବାର ଲୋକେ ହୋହଲ୍ଲା କରିଥିଲେ। ପୁଲିସ ବୁଝାସୁଝା କରି ସ୍ଥିତି ନିୟନ୍ତ୍ରଣ କରିଥିଲା ବେଳେ ପୁାଲିସ ଗୁଳିକାଣ୍ଡ ଘଟିଥିବା ପରିତ୍ୟକ୍ତ କ୍ୱାର୍ଟରକୁ ସିଲ୍ କରିଛି। ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଡକାଇ ଘଟଣାସ୍ଥଳରୁ ତଥ୍ୟ ପ୍ରମାଣ ସଂଗ୍ରହ କରିଛି। ଡିସିପି ଖିଲାରୀ ରିଶିକେଷ ଦ୍ୟାନଦେଓଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ôଚ ତଦନ୍ତ କରୁଛନ୍ତି । ଅଟକ ଦୁଇ ଯୁବକଙ୍କୁ ଜେରା କରାଯାଉଛି। ଉକ୍ତ ଦୁଇ ଯୁବକଙ୍କ ତଥ୍ୟ ଆଧାରରେ ପୁଲିସ ହତ୍ୟାକାରୀଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ କରୁଛି। ପ୍ରାଥମିକ ତଦନ୍ତରୁ ପୂର୍ବ ବିବାଦରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିଲା ବେଳେ ହତ୍ୟାକାରୀ ଧରାପଡ଼ିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking