29.1 C
Bhubaneswar
Sunday, February 15, 2026
Homeଓଡିଶାବେପାରୀଙ୍କ କବ୍‌ଜାରେ ଧାନ ମଣ୍ଡି, ଚାଷୀ ନିରାଶ

ବେପାରୀଙ୍କ କବ୍‌ଜାରେ ଧାନ ମଣ୍ଡି, ଚାଷୀ ନିରାଶ

କୁଆଁପାଳ: ଧାନ ମଣ୍ଡିରେ ଧାନ କିଣାବିକାକୁ ନେଇ ବିରୋଧୀ ଦଳ ହୋହଲା କରୁଥିଲା ବେଳେ ବାସ୍ତବରେ ଧାନ ମଣ୍ଡିରେ କିଭଳି ଧାନ ବିକ୍ରି କରାଯାଏ ସେ ନେଇ ସାଧାରଣରେ ସରକାରଙ୍କ ନିୟମକୁ ସମାଲୋଚନା କରାଯାଇଛି। ବିଗତ ବିଜେଡି ସରକାର ଅମଳରେ ଧାନ ମଣ୍ଡିର ଅବସ୍ଥା ଯାହାଥିଲା ବର୍ତ୍ତମାନ ଅବସ୍ଥା ସେହିଭଳି ରହିଛି। ପୂର୍ବରୁ ଧାନ ମଣ୍ଡିଗୁଡ଼ିକ ବେପାରୀମାନଙ୍କର କବ୍‌ଜାରେ ଥିଲା। ଏପରିକି ବେପାରୀମାନେ ସାଧାରଣ ଗରିବ ଶ୍ରେଣୀର ଚାଷୀମାନଙ୍କଠାରୁ କୁଇଣ୍ଟାଲ ପିଛା ୧୭୦୦ ଟଙ୍କାରେ ଧାନ କିଣି ମଣ୍ଡିରେ ୩୧୦୦ ଟଙ୍କାରେ ବିକ୍ରି କରି ଲାଭବାନ ହେଉଥିଲେ। ଏହି କାରବାରରେ ସମିତିର ସଭାପତି, ସମ୍ପାଦକ ସାମିଲ ରହିଥିଲେ। ବାରମ୍ବାର ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ତତ୍କାଳୀନ ବିଜେଡି ସରକାର କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ରାଜ୍ୟରେ ସମସ୍ତେ ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବାସ୍ତବରେ ମଣ୍ଡିରେ କିଭଳି ବେପାରୀମାନେ କାଇଦା କରି ଶହ ଶହ କୁଇଣ୍ଟାଲ ଧାନ ବିକ୍ରି କରୁଛନ୍ତି ତାହା ଜନସାଧାରଣ ଭଲ ଭାବରେ ଜାଣନ୍ତି। ବର୍ତ୍ତମାନ ବି ପୂର୍ବାବସ୍ଥାରେ କୌଣସି ପରିବର୍ତ୍ତନ ଘଟିନାହିଁ। ଧାନ ମଣ୍ଡି ଏବେ ବି ବେପାରୀଙ୍କର କବ୍‌ଜାରେ। ଯଦି ରାଜ୍ୟ ସରକାର ବେପାରୀମାନଙ୍କ ଗୋଦାମ ଘର ତଲାସି କରିବେ ତେବେ ଏହାର ଜ୍ୱଳନ୍ତ ପ୍ରମାଣ ପାଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଚାଷୀମାନେ କେବେ ବି ଧାନ ମଣ୍ଡିରୁ ଉପକୃତ ହୋଇ ପାରୁନାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking