30.1 C
Bhubaneswar
Saturday, February 14, 2026
Homeଓଡିଶାମନ୍ଦିରକୁ ପ୍ଲାଷ୍ଟିକ ମନା: ପତ୍ର, କାଠ, କାଗଜ ସାମଗ୍ରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ

ମନ୍ଦିରକୁ ପ୍ଲାଷ୍ଟିକ ମନା: ପତ୍ର, କାଠ, କାଗଜ ସାମଗ୍ରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମନ୍ଦିରକୁ ପ୍ଲାଷ୍ଟିକ ମନା । ପତ୍ର, କାଠ , କାଗଜ ସାମଗ୍ରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ । ନୈବେଦ୍ୟ ବିସର୍ଜନ ପାଇଁ ପୋଖରୀରେ ରହିବ ଆବଦ୍ଧ ଅଞ୍ଚଳ । ଏନେଇ ନିର୍ଦ୍ଦେଶାବଳୀ ଜାରି କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏଣିକି ମନ୍ଦିର ପରିସରକୁ ପଲିଥିନ କିମ୍ବା ପ୍ଲାଷ୍ଟିକରେ ଭୋଗ ନେଇହେବ ନାହିଁ । ପୂଜା ସାମଗ୍ରୀ, ପ୍ରସାଦ ସେବନ କରିବା ତଥା ଖାଦ୍ୟ ସାମଗ୍ରୀ ନେବାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପରିବେଶ ସୁରକ୍ଷା ନିମନ୍ତେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ରିଚାଳନା ନିୟମ, ୨୦୧୬ ଏବଂ ପରବର୍ତ୍ତୀ ସଂଶୋଧିତ ନିୟମ ଆଧାରରେ ଏକକ ବ୍ୟହୃତ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଧ ହୋଇଛି । ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟର କୁହାଯାଇଛି ଯେ, ମନ୍ଦିର ପରିସରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବାରଣ ହୋଇଛି । ମନ୍ଦିରକୁ ପୂଜା ପ୍ରସାଦ ନେବା ପାଇଁ ବାଉଁଶ ଟୋକେଇ , ପତ୍ର ତିଆରି ଠୋଲା । ପୁନଃ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ଟୋକେଇ ବ୍ୟବହାର କରିପାରିବେ । ବ୍ୟବସାୟୀମାନେ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ପଲିଥିନ ପ୍ଲାଷ୍ଟିକରେ ସାମଗ୍ରୀ ବିକ୍ରୟ କରିବେ ନାହିଁ । ତା ବଦଳରେ ପତ୍ର, ବାଉଁଶ ଟୋକେଇରେ ପୂଜା ସାମଗ୍ରୀ ଓ ପ୍ରସାଦ କ୍ରୟ ବିକ୍ରୟ କରିବାକୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking