ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ପୂର୍ବତନ ବିଡିଓ ସୌମ୍ୟଶ୍ରୀ ପାଣୀଗ୍ରାହୀଙ୍କୁ ପୁରୀ ଉପ ଜିଲ୍ଲାପାଳଭାବେ ଅବସ୍ଥାପିତ କରାଯାଇଛି। ସେହିପରି କଟକ ଆଠଗଡ଼ର ପୂର୍ବତନ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ଅନୁଗୁଳ ଉପଜିଲ୍ଲାପାଳ, କେନ୍ଦୁଝର ଜମ୍ପୁଆର ପୂର୍ବତନ ତହସିଲଦାର ସଜତ୍ ମାର୍କେଙ୍କୁ ସମ୍ବଲପୁର ସ୍ଥିତ କୁଚିଣ୍ଡା ଉପଜିଲ୍ଲାପାଳ, କଟକ ତିଗିରିଆର ତହସିଲଦାର ଅକ୍ଷୟ କୁମାର ପରିଡ଼ାଙ୍କୁ ନିଆଳି ବିଡିଓ ଏବଂ କଟକ ନିଆଳିର ବିଡିଓ ଧର୍ମ ରଞ୍ଜନ ପଣ୍ଡାଙ୍କୁ ତିଗିରିଆ ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି।










