31.1 C
Bhubaneswar
Friday, February 13, 2026
Homeଦେଶ ବିଦେଶସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେବା ତୀର୍ଥ ସହିତ କର୍ତ୍ତବ୍ୟ ଭବନ ୧ ଏବଂ ୨ର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହାରି ଭିତରେ ସନ୍ଧ୍ୟା ୬ଟାରେ ସେବା ତୀର୍ଥରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାତୀୟ ପରିଷଦ ସୁରକ୍ଷା ପରିଷଦ ସଚିବାଳୟ ଏବଂ କ୍ୟାବିନେଟ ସଚିବାଳୟ ରହିଛି । ଯାହା ପୂର୍ବରୁ ବିଭିନ୍ନ ସ୍ଥାନରେ ଅବସ୍ଥିତ ଥିଲା । ଦଶନ୍ଧି ଦଶନ୍ଧି ଧରି ଅନେକ ଗୁରତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଏବଂ ମନ୍ତ୍ରଣାଳୟ ସେଣ୍ଟ୍ରାଲ ବିସ୍ତା ଅଞ୍ଚଳରେ ଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥିତ ଥିଲା । ପୁରୁଣା ଭିତ୍ତିଭୁମି ବ୍ୟବହାର କରି ପରିଚାଳିତ ହେଉଥିଲା । କର୍ତ୍ତବ୍ୟ ଭବନ ୧ ଏବଂ କର୍ତ୍ତବ୍ୟ ଭବନ ୨ରେ ଅର୍ଥ , ପ୍ରତିରକ୍ଷା , ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ , କର୍ପୋରେଟ ବ୍ୟାପାର, ଶିକ୍ଷା , ସଂସ୍କୃତି ଆଇନ ଏବଂ ନ୍ୟାୟ , ସୂଚନା ଏବଂ ପ୍ରସାରଣ , କୃଷି ଏବଂ କୃଷକ କଲ୍ୟାଣ , ରସାୟନ ଏବଂ ସାର ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ରହିଛି । ଉଭୟେ କୋଟାରେ ଡିଜିଟାଲ ବ୍ୟବସ୍ଥା ଭିତ୍ତିଭୂମି ସୁବିଧା ରହିଛି । ଏହି କ୍ୟାମ୍ପସଗୁଡିକରେ ଅକ୍ଷୟ ଶକ୍ତି ପ୍ରଣାଳୀ , ଜଳ ସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା ସମାଧାନ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking