30.1 C
Bhubaneswar
Friday, February 13, 2026
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା: ୬ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୬ ମୃତ

ନୂଆଦିଲ୍ଲୀ: କର୍ଣ୍ଣାଟକର ବେଙ୍ଗାଲୁରୁ ଗ୍ରାମୀଣ ଜିଲ୍ଲାର ହୋସକୋଟ ଉପକଣ୍ଠରେ ସିରିଜ ଦୁର୍ଘଟଣାରେ ସାତ ଜଣଙ୍କ ମୃତ୍ୟୁ ହୋଇଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଏମ ସତ୍ୟଭାରା ଗାଁ ନିକଟରେ ହୋସକୋଟ ଡାବାସ୍ପେଟ ଜାତୀୟ ରାଜପଥରେ ଘଟିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ , ଏସୟୁଭି କାରଟି ହୋସକେଟରୁ ଦେବନାହଲ୍ଲି ଅଭିମୁଖେ ଯାତ୍ରା କରୁଥିଲା । ହେଲେ କାର ଡ୍ରାଇଭର ନିୟନ୍ତ୍ରଣ ହରାଇ ସାମ୍ନାପଟୁ ଆସୁଥିବା ବାଇକ ଏବଂ ଟ୍ରକକୁ ଧକ୍କା ଦେଇଥିଲା । ସ୍ଥାନୀୟ ଜାଗାରେ ଅରାଜକତା ଦେଖାଦେଇଥିଲା । ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ, କାରରେ ଥିବା ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଡ୍ରାଇଭର ଆରୋହୀଙ୍କ ମଧ୍ୟ ଜୀବନ ଚାଲିଯାଇଥିଲା । ମୃତକଙ୍କ ପରିଚୟ ଏଯାଏ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସେମାନେ ବେଙ୍ଗାଲୁରୁର କୋଥାନୁରୁର ବୋଲି ବିବେଚନା କରାଯାଉଛି । ମୃତଦେହକୁ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏନେଇ ମୃତକଙ୍କ ପରିବାର ଲୋକଙ୍କ ମନ ଦୁଃଖରେ ଭାଙ୍ଗି ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking