26.1 C
Bhubaneswar
Wednesday, February 11, 2026
Homeଓଡିଶାପୁଣି ଯୌତୁକ ନେଲା ନବ ବଧୂଙ୍କ ଜୀବନ

ପୁଣି ଯୌତୁକ ନେଲା ନବ ବଧୂଙ୍କ ଜୀବନ

ଯାଜପୁର: ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ । ବାଡ଼ିରେ ପଡିଛି ପୋଡା ମୃତଦେହ । ଯାଜପୁର ବିଞ୍ଝାରପୁର ଥାନ ଅନ୍ତର୍ଗତ ଜରି ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା। ମୃତକ ହେଲେ ଦୀନବନ୍ଧୁ ସାମଲଙ୍କ ସ୍ତ୍ରୀ କୁନିତା ସାମଲ। ଅଭିଯୋଗ ଅନୁଯାୟୀ କୁନିତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଂଚଳରେ ହୋଇଥିବା ବେଳେ ପନ୍ଦର ବର୍ଷ ପୂର୍ବରୁ ସେ ବିଞ୍ଝାରପୁର ଥାନ ଅନ୍ତର୍ଗତ ଜରି ପଞ୍ଚାୟତର ଦ୍ୱାରିକା ସାମଲଙ୍କ ପୁଅ ଦୀନବନ୍ଧୁ ସାମଲଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷପର ଠାରୁ ଶଶୁର ଘର ଲୋକେ କୁନିତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ସହ ବାପଘରୁ ଅଧିକ ପଇସା ଆଣେ ବୋଲି ଦାବି କରିଥିଲେ ।ଅନ୍ୟପଟେ ଆଜି ସକାଳୁ ଘର ପଛପଟ ବାଡ଼ିରେ କୁନିତାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଅନ୍ୟପଟେ ହତ୍ୟା ଅଭିଯୋଗ ଆଣି ଥାନାରେ ଲିଖିତ ଅଭିଯୋଗ କଲେ କୁନିତାଙ୍କ ପରିବାର ଲୋକେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking