24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶକଳଶ ଯାତ୍ରା ବେଳେ ଦଳାଚକଟା: ଜଣେ ମହିଳା ମୃତ

କଳଶ ଯାତ୍ରା ବେଳେ ଦଳାଚକଟା: ଜଣେ ମହିଳା ମୃତ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ମଧ୍ୟପ୍ରଦେଶରେ ଗ୍ୱାଲିୟର ଜିଲ୍ଲାର ନବଗ୍ରହ ପୀଠର କଳଶ ଯାତ୍ରା ସମୟରେ ଦଳାଚକଟା ଘଟି ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଦଳାଚକଟାରେ ୬ ଜଣରୁ ଅଧିକ ଲୋକ, ଅଧିକାଂଶ ମହିଳା ଆହତ ହୋଇଥିଲେ । ସମସ୍ତଙ୍କୁ ଡାବ୍ରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହି ସମୟରେ ହସ୍ପିଟାଲରେ ହସ୍ପିଟାଲରେ ମହିଳାଙ୍କୁ ମୃତ ଘୋଷଣା କରାଯିବା ପରେ , କ୍ରୋଧିତ ପରିବାର ସଦସ୍ୟମାନେ ହସ୍ପିଟାଲରୁ ମୃତଦେହ ନେଇ କଳଶ ଯାତ୍ରା ସ୍ଥଳକୁ ଆଣିଥିଲେ । ଏବଂ ପ୍ରଶାସନକୁ ଦାୟୀ କରିଥିଲେ । ଆଜି ଧାର୍ମିକ ରୀତିର ପ୍ରଥମ ଦିନରେ ଏକ କଳଶ ଯାତ୍ରା ଅନୁଷ୍ଠିତ ହେବାର ଥିଲା । ଏବଂ ଏଥିପାଇଁ ହଜାର ହଜାର ମହିଳା ଷ୍ଟାଡିୟମ ନିକଟରେ ଉପସ୍ଥିତ ଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମହିଳାମାନେ ପଡିଆରେ ଉପସ୍ଥିତ ଥିଲେ । ସକାଳୁ ଗେଟ ବନ୍ଦ ଥିଲ । । କଳଶ ଯାତ୍ରା ପାଇଁ ଗେଟ ଖୋଲିବା ପରେ ମହିଳାମାନେ ଦୌଡିଥିଲେ । ପରେ ଦଳାଚକଟା ଆରମ୍ଭ ହୋଇଥିଲା । ଶହଶହ ମହିଳା ତଳେ ପଡିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ପୋଲିସ ଓ ସ୍ୱେଚ୍ଛାସେବକମାନେ ତୁରନ୍ତ ସହାୟତା ଯୋଗାଇଥିଲେ । ଆହତ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା । ତେବେ ଶୋଭାଯାତ୍ରା ସମୟରେ ଦୁର୍ଘଟଣା ଘଟିଥିଲା କିନ୍ତୁ ଦଳାଚକଟାର କାରଣ ଅସ୍ପଷ୍ଟ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking