ନବରଙ୍ଗପୁର: ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ବନ୍ଦ ପାଳନ ହେଉଛି । ସଂଗ୍ରାମୀ ମଞ୍ଚ ପକ୍ଷରୁ ବନ୍ଦ ଡାକରା ହେଉଥିବା ବେଳେ ସମର୍ଥନ ଦେଇଛି କଂଗ୍ରେସ । ଭୂ- ବନ୍ଦୋବସ୍ତ , ମେଡିକାଲ କଲେଜ , ଧାନ ମଣ୍ଡି ସମସ୍ୟା, ମକାର ଅଭାବୀ ବିକ୍ରି ଭଳି ସମସ୍ୟାର ସମାଧାନ ପାଇଁ ଗର୍ଜିଛି ଉମରକୋଟ ସଂଗ୍ରାମ ମଞ୍ଚ । ସରକାରୀ ଅବହେଳା ଓ ଦୀର୍ଘ ଦିନର ଦା ବି ପୂରଣ ନହେବାରୁ ଏବେ ଆନ୍ଦୋଳନ ପଥକୁ ଓହ୍ଲାଇଛି ମଞ୍ଚ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ ଚାନ୍ଦାହାଣ୍ଡି ବ୍ଲକକୁ ସମ୍ପୁର୍ଣ୍ଣ ଅଖ ଚକ ବନ୍ଦ ଡାକରା ଦିଆଯାଇଛି । ୧୯୫୬ ମସିହା ପରଠାରୁ ଉମରକୋଟ ଅଞ୍ଚଳରେ ହୋଇନାହିଁ ଭୂ ବନ୍ଦୋବସ୍ତ । ସ୍ୱାଧୀନତାର ୭ ଦିନ ପରେ ବି ଲୋକେ ନିଜର ଜମିର ପଟ୍ଟା ପାଇବାରୁ ବଞ୍ଚିତ । ଉମରକୋଟକୁ ସବ ଡିଭିଜନ ମାନ୍ୟତା ଦିଆଯାଇଛି । କିନ୍ତୁ ସରକାରୀ ଅଧିକାରୀ ନିଯୁକ୍ତି ହୋଇନାହାନ୍ତି । ସେହିପରି ମକା ଚାଷୀଙ୍କ ପାଇଁ କୌଣସି ସୁବିଧା ନଥିବା ବେଳେ , ଅଞ୍ଚଳରେ ଏକ ମକା ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ପାଇଁ ସଂଗ୍ରାମ ମଞ୍ଚ ଦାବି କରିଛି ।










