20.1 C
Bhubaneswar
Monday, February 9, 2026
Homeଓଡିଶାରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ଦ୍ୱିତୀୟ ଦିନର କ୍ରୀଡା ପ୍ରତିଯୋଗିତାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ଦ୍ୱିତୀୟ ଦିନର କ୍ରୀଡା ପ୍ରତିଯୋଗିତାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା

କଟକ: କଟକ ବକ୍ସି ବଜାରସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ଆୟୋଜିତ ୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପର ଦ୍ୱିତୀୟ ଦିନର କ୍ରୀଡା ପ୍ରତିଯୋଗିତାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ପୋଲିସ ଜିଲ୍ଲା, ବାଟାଲିୟନ୍ ଓ ୟୁନିଟ୍‌ର ଖେଳାଳିମାନେ ଉଚ୍ଚ ମାନର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ । ଦ୍ୱିତୀୟ ଦିନରେ ପୁରୁଷ ଓ ମହିଳା ବର୍ଗରେ ବିଭିନ୍ନ ପ୍ରକାର ଟ୍ରାକ୍ ଓ ଫିଲ୍ଡ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ୧୦୦ ମିଟର ବାଧାଦୌଡ , ୧୧୦ ମିଟର ବାଧାଦୌଡ,ଟ୍ରିପଲ ଜମ୍ପ, ୨୦୦ ମିଟର, ୪୦୦ ମିଟର, ୫୦୦୦ ମିଟର ଦୌଡ଼, ଲଙ୍ଗ ଜମ୍ପ, ଶଟପୁଟ୍, ଡିସକସ୍ ଥ୍ରୋ, ଜାଭେଲିନ ଥ୍ରୋ, ଡେକାଥଲନ ଓ ରିଲେ ଭଳି ପ୍ରତିଯୋଗିତା ହୋଇଥିଲା। ଅନେକ ଖେଳାଳି ଉଲ୍ଲେଖନୀୟ କ୍ରୀଡା କୌଶଳ ପ୍ରଦର୍ଶନ କରି ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଅଧିକାର କରିଥିଲେ।

ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

୨୦୦ ମିଟର ଦୌଡ଼ (ପୁରୁଷ):
* ସ୍ୱର୍ଣ୍ଣ – ଶ୍ରୀ ବିଘ୍ନରାଜ ମିରିଡିଆ
* ରୌପ୍ୟ – ଶ୍ରୀ ନିତେଶ କୁମାର ମହନ୍ତ
* କାଂସ୍ୟ – ଶ୍ରୀ ଅଭିଷେକ ଦଳବେହେରା

୫୦୦୦ ମିଟର ଦୌଡ଼ (ପୁରୁଷ):
* ସ୍ୱର୍ଣ୍ଣ – ଶ୍ରୀ ଅଶୋକ ଦଣ୍ଡସେନା
* ରୌପ୍ୟ – ଶ୍ରୀ ସତ୍ୟଜିତ ମହନ୍ତ
* କାଂସ୍ୟ – ଶ୍ରୀ ଚନ୍ଦନ ଶବର

୧୧୦ ମିଟର ବାଧାଦୌଡ଼ (ପୁରୁଷ):
* ସ୍ୱର୍ଣ୍ଣ – ଶ୍ରୀ ଅଂଶୁମାନ ରାୟଗୁରୁ
* ରୌପ୍ୟ – ଶ୍ରୀ ଅନିଲ ସିଂ
* କାଂସ୍ୟ – ଶ୍ରୀ ପ୍ରବୀଣ ତାରିଆ

ଟ୍ରିପଲ ଜମ୍ପ (ପୁରୁଷ):
* ସ୍ୱର୍ଣ୍ଣ – ଶ୍ରୀ ତରଣିସେନ ମହନ୍ତ
* ରୌପ୍ୟ – ଶ୍ରୀ ସମ୍ରାଟ ସା
* କାଂସ୍ୟ – ଶ୍ରୀ ଟି. ଖରସେଲ

ଡିସକସ (ପୁରୁଷ):
* ସ୍ୱର୍ଣ୍ଣ – ଶ୍ରୀ କେ. ବାବୁଜି
* ରୌପ୍ୟ – ଶ୍ରୀ ପ୍ରଦୀପ୍ତ କୁମାର ରାଉତରାୟ
* କାଂସ୍ୟ – ଶ୍ରୀ ଯୁଗେଶ କୁମାର ଦାସ

୨୦୦ ମିଟର ଦୌଡ଼ (ମହିଳା):
* ସ୍ୱର୍ଣ୍ଣ – ଶୁଖି ବାସକେ
* ରୌପ୍ୟ – ପ୍ରୀତିରେଖା ମାରଡି
* କାଂସ୍ୟ – ମାମିନା ରାଉତ

୫୦୦୦ ମିଟର ଦୌଡ଼ (ମହିଳା):
* ସ୍ୱର୍ଣ୍ଣ – ସୁସ୍ମିତା ଟିଗା
* ରୌପ୍ୟ – ଲିପିନା ପରିଡା
* କାଂସ୍ୟ – ଦିଲେଶ୍ଵରୀ ମେହେର

୧୦୦ ମିଟର ବାଧାଦୌଡ଼ (ମହିଳା):
* ସ୍ୱର୍ଣ୍ଣ – ସବିତା ଟପୋ
* ରୌପ୍ୟ – ବନିତା ଲାକ୍ରା
* କାଂସ୍ୟ – ସବିତା ମଲ୍ଲିକ

ଲଙ୍ଗ ଜମ୍ପ (ମହିଳା):
* ସ୍ୱର୍ଣ୍ଣ – ସୁଚିସ୍ମିତା ପ୍ରଧାନ
* ରୌପ୍ୟ –ରିନା କିଷାନ
* କାଂସ୍ୟ – ମୌସୁମୀ ଲାକ୍ରା

ଜାଭେଲିନ (ମହିଳା):
* ସ୍ୱର୍ଣ୍ଣ – ରଂଜିତା ଖେସ
* ରୌପ୍ୟ –ରଂଜିତା ଟପୋ
* କାଂସ୍ୟ – ସଂଗୀତା ମିଞ୍ଜ

୪ x ୧୦୦ ମିଟର ରିଲେ (ପୁରୁଷ):
* ସ୍ୱର୍ଣ୍ଣ –ବ୍ରହ୍ମପୁର
* ରୌପ୍ୟ – ଓସଏପି ଷଷ୍ଠ ବାଟାଲିୟନ କଟକ
* କାଂସ୍ୟ – କମିସନରେଟ, ଭୁବନେଶ୍ଵର B

୪ x ୧୦୦ ମିଟର ରିଲେ (ମହିଳା ):
* ସ୍ୱର୍ଣ୍ଣ –ସୁନ୍ଦରଗଡ
* ରୌପ୍ୟ – କେଉଁଝର
* କାଂସ୍ୟ – କମିସନରେଟ, ଭୁବନେଶ୍ଵର A

ଡେକାଥଲନ (ପୁରୁଷ)
* ସ୍ୱର୍ଣ୍ଣ –କୋରାପୁଟ
* ରୌପ୍ୟ – OISF, ଭୁବନେଶ୍ବର
* କାଂସ୍ୟ – ଓସଏପି ଷଷ୍ଠ ବାଟାଲିୟନ, କଟକ

ଏହି ଅବସରରେ ଆଇଜି (କାର୍ମିକ) ଶ୍ରୀ ପ୍ରବୀଣ କୁମାର, କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ, କମାଣ୍ଡାଣ୍ଟ ଅଶୋକ କୁମାର ମହାନ୍ତିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି କ୍ରୀଡ଼ାବିତ୍‌ ମାନଙ୍କୁ ଉତ୍ସାହିତ କରିବା ସହ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking