23.1 C
Bhubaneswar
Monday, February 9, 2026
Homeଓଡିଶାବିଗତ ୧୯ ମାସରେ ୧୯ ଗୋଟି ପ୍ରତିଶୃତି ମଧ୍ୟ ପାଳନ କରିବାକୁ ଅକ୍ଷମ ମୋହନ ସରକାର

ବିଗତ ୧୯ ମାସରେ ୧୯ ଗୋଟି ପ୍ରତିଶୃତି ମଧ୍ୟ ପାଳନ କରିବାକୁ ଅକ୍ଷମ ମୋହନ ସରକାର

ଭୁବନେଶ୍ୱର : ସରକାର ବିଭିନ୍ନ ଯୋଜନା ଏବଂ ନିୟମ ଘୋଷଣାକରି କିଭଳି ପଛଘୁଞ୍ଚା ଦେଉଛନ୍ତି ଏବଂ ଏତଦ୍ୱାରା ଜନତାଙ୍କୁ ଭ୍ରମିତ କରି ବିଶ୍ୱାସଘାତକତା କରୁଛନ୍ତି ଏହି ବିଷୟକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସାମ୍ୱାଦିକ ସମ୍ମିଳନୀରେ ପିସିସିର ବରିଷ୍ଠ ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ ମୋହନ ସରକାରଙ୍କୁ ଏକ ଭୟଗ୍ରସ୍ତ ୟୁ-ଟର୍ନର ସରକାର ରୂପେ ଅଭିହିତ କରି କହିଛନ୍ତି ଯେ, ରତ୍ନଭଣ୍ଡାର ସାର୍ବଜନୀନ କରିବା, ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲା ହେବ, ଗୁଟଖା ବ୍ୟାନ କିନ୍ତୁ କୌଣସି ଗୋଟିଏ ମଧ୍ୟ ପାଳନ କଲେ ନାହିଁ କ୍ଷ କଣ୍ଟ୍ରାକଚ୍ୟୁଆଲ ବ୍ୟବସ୍ଥାର ସମାପ୍ତି କରାଯିବ ଘୋଷଣା କରିଥିଲେ ଓଲଟା ୯୦୦ ଟଙ୍କା ପିଲାଙ୍କଠାରୁ ଚାନ୍ଦା ଆଦାୟ କଲେ କ୍ଷ ବେଳା ଭୂମିରେ ମଦ ବିକ୍ରୀକୁ ଅନୁମତି ଦେଲେ । ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ମନା କହିଥିଲେ କିନ୍ତୁ ତାହା ମଧ୍ୟ କରିପାରିଲେ ନାହିଁ । ବିଧାୟକଙ୍କ ଦରମା ବୃଦ୍ଧି କଲେ କିନ୍ତୁ ଜନତାଙ୍କ ମଧ୍ୟରେ ଏଭଳି ଅସନ୍ତୋଷ ଦେଖାଗଲା ଯା ଫଳରେ ବାଧ୍ୟ ହୋଇ ଏଥିରୁ ମଧ୍ୟ ଓହରି ଗଲେ କ୍ଷ ବିରୋଧୀରେ ଥିବାବେଳେ ଛାତ୍ର ସଂସଦ ନିର୍ବାଚନ କରିବୁ ବୋଲି କହିଥିଲେ କିନ୍ତୁ ସରକାରକୁ ଆସିବା ପରେ କୁଆଡେ ଲୁଚି ଗଲେ ।  ୧୯ ମାସରେ ୧୯ ପରୀକ୍ଷା ବାତିଲ କରି ରେକର୍ଡ ସୃଷ୍ଟି କରିଛନ୍ତି ସରକାର ।

୩୦୦ ୟୁନିଟ ବିଜୁଳି ମାଗଣା ଦେବାକୁ କହି ଦେଲେନି ଓଲଟା ସ୍ମାର୍ଟ ମିଟର ନାମରେ ଟାଟା କମ୍ପାନୀ ପାଇଁ ୭୫୦ କୋଟି ଟଙ୍କାର ବ୍ୟବସ୍ଥା କରିଲେ । ଆଗୁଆ ପଞ୍ଚାୟତ ନିର୍ବାଚନକୁ ସଚିବ ମନା କଲେ କ୍ଷ ଯଦି ସଚିବ ମନା କରି ଦେଉଛନ୍ତି ତେବେ ସରକାର ଚଳାଉଛି କିଏ ? ସୁଭଦ୍ରା ଟଙ୍କା, ପ୍ରତି ପଞ୍ଚାୟତରୁ ୧୦୦ ଜଣଙ୍କୁ ନିଯୁକ୍ତି । ୨୪/୭୨ ଘଣ୍ଟାରେ ଅର୍ଡିନାନ୍ସ ପାସ କରି ଚିଟଫଣ୍ଡ ପଇସା ଫେରସ୍ତ କରିବୁ କହିଥିଲେ। ଏବେ କହୁଛନ୍ତି, ଫାଇଲ ହଜି ଯାଇଛି କ୍ଷ ଏସସି ଏସଟି ଜମି ବିକ୍ରୀ ଆଇନ, ଚାଲାଣ ଥିଲେ ପ୍ରଦୂଷଣ ସାର୍ଟିଫିକେଟ ମନା, ଜାନୁୟାରୀ ୧ରୁ ଶ୍ରୀ ମନ୍ଦିରରେ ଧାଡି ଦର୍ଶନ, ମୁଖ୍ୟମନ୍ତ୍ରୀଙ୍କ ମାଗଣା ଅଭଡ଼ା ବଣ୍ଟନ ଯୋଜନା ସବୁକୁ ଗାଲୁଆଙ୍କ ଭଳିଆ ଲାଗୁ କଲେନାହିଁ ଏବଂ ମନା କରିଦେଲେ ।  ସରକାର ଅର୍ଥନୀତିକୁ ସୁଦୃଢ କରିବା ବାହାସ୍ଫୋଟ ୧୯ ମାସରେ ୯୨ ହଜାର କୋଟି ଋଣ ସମସ୍ତଙ୍କ ଆଖି ଆଗରେ କମ୍ପିଟିଟିଭ ପରୀକ୍ଷା ପାଇଁ ଫି ଛାଡ଼ ଘୋଷଣା କଲେ କିନ୍ତୁ ବହୁତ ପରୀକ୍ଷାର୍ଥୀ ଆଳ ଦେଖାଇ ବାତିଲ କଲେ । କ୍ରୀଡାମନ୍ତ୍ରୀ ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ନାମ ଓଡିଶା କ୍ରୀଡା ସମ୍ମାନ ରଖାଯିବ ବୋଲି ଘୋଷଣା କଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ସେମିତି କିଛି ଯୋଜନା ନାହିଁ ବୋଲି କହିଲେକ୍ଷ ଏକ୍ସିସ, ଆଇସିଆଇସିଆଇ ଓଏଚଡିଏଫସି ବ୍ୟାଙ୍କ ସହିତ ସରକାରୀ ଲେଣଦେଣ ସମାପ୍ତି ଘୋଷଣା କରିବାର ୧୨ ଘଣ୍ଟା ନ ହେଉଣୁ ଆଦେଶ ପ୍ରତ୍ୟାହୃତ କଲେ ।

ସ୍କୁଲ ୟୁନିଫର୍ମ ଶିକ୍ଷା ବର୍ଷ ଆରମ୍ଭରୁ ବଣ୍ଟାଯିବ ବୋଲି କହିଥିଲେ କିନ୍ତୁ ଏପର‌୍ୟ୍ୟନ୍ତ ଦେଇ ପାରିଲେ ନାହିଁ ।  ଛତୁଆ ବଣ୍ଟନ ମିଶନ ଶକ୍ତି ମହିଳା ନକରି ନିଲାମ ଜରିଆରେ କରାଯିବ କହି ପୁଣି ମିଶନ ଶକ୍ତି ମହିଳା ବଣ୍ଟନ କରିବେ କହିଲେ ।  ଏପର‌୍ୟ୍ୟନ୍ତ ନିଗମ ଅଧ୍ୟକ୍ଷ ପଦବୀ ଖାଲି ପଡିଛି ।  ସରକାର କହୁଛନ୍ତି ନିଗମକୁ ସରକାର ଚଳେଇବେ ତେବେ ମନ୍ତ୍ରୀଗଣ କଣ କରିବେ ? ମନ୍ତ୍ରିମଣ୍ଡଳ ଏପର‌୍ୟ୍ୟନ୍ତ ସମ୍ପ୍ରସାରଣ ହୋଇ ପାରିଲା ନାହିଁ ।  ତେବେ ଗୁରୁତ୍ୱପୂର୍ଣ ବିଷୟ ହେଊଛି, କାହିଁକି ସରକାର ମାଳମାଳ ଘୋଷଣା କରି ପୁଣି ୟୁ-ଟର୍ନ ମାରୁଛନ୍ତି କ୍ଷ ଯଦି ସମର୍ଥ ନୁହନ୍ତି ତେବେ ନିଜକୁ ଅଯୋଗ୍ୟ ବୋଲି କହୁ ନାହାନ୍ତି କାହିଁକି ? ସରକାର କାହାକୁ ଏତେ ଭୟ କରୁଛନ୍ତି ? ପ୍ରଚ୍ଛଦପଟରେ ଅନ୍ୟ କେହି ଅର୍ଥ ବିଭାଗ ଚଳେଇଲା ଭଳି ପ୍ରତୀତ ହେଊଛି । ପ୍ରଶାସନ ସାଥିରେ ଖାପ ଖାଉନି, ତେଣୁ ଏସବୁ ବିଭ୍ରାଟ କି ? ଏସବୁ ପ୍ରଶ୍ନ ପଚାରିବା ସହ ଶ୍ରୀମତୀ ସାହୁ ସରକାରଙ୍କୁ ଏକ ଭୟାଳୁ, ଅଯୋଗ୍ୟ ସରକାର ବୋଲି ସମାଲୋଚନା କରିଛନ୍ତି । ଅନ୍ୟତମ ମୁଖପାତ୍ର ଡ.ମନିଷା ଦାସ ପଟ୍ଟନାୟକ ‘ରିଲ୍ସ ସରକାର’ କହିଲେ, ଏହା ଏକ ବାସ୍ତବତାର ସରକାର ନୁହେଁ ବରଂ \’ରିଲ୍ସ ସରକାର’। ଏହି ସରକାରର କୌଣସି କାମ, ନୀତି କିମ୍ବା ଘୋଷଣାରେ ଗମ୍ଭୀରତା ଓ ବାସ୍ତବତା ନାହିଁ। କାର‌୍ୟ୍ୟକାରିତା ଶୁନ।

ଚାଷୀ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ରେଳବ୍ୟବସ୍ଥା କିମ୍ବା ମହିଳାଙ୍କ ସୁରକ୍ଷା—ସବୁଠି ସରକାର ସମ୍ପୂର୍ଣ୍ଣ ବିଫଳ। ଏହି ବିଫଳତାର ମୂଳ କାରଣ ହେଉଛି ନେତାମନ୍ତ୍ରୀଙ୍କ ଅପାରଗତା, ବିଫଳ ଖାମଖିଆଲି ନୀତି ଏଵଂ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ। ଗୋଟିଏ ବିଭାଗର ମନ୍ତ୍ରୀ ଅନ୍ୟ ବିଭାଗର କାମ ଉପରେ କଥା କହୁଛନ୍ତି, ଯାହା ସରକାରୀ ଅବ୍ୟବସ୍ଥାକୁ ସ୍ପଷ୍ଟ କରୁଛି। ଲୋକଙ୍କ ସମ୍ମୁଖରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ, କିଛି ଦିନ ପରେ ସରକାର ସେଗୁଡ଼ିକୁ ଭୁଲିଯାଉଛନ୍ତି। ପ୍ରତ୍ୟେକ ଚାଷୀଙ୍କୁ ଏମଏସପି ଦିଆଯିବ ବୋଲି ଘୋଷଣା କରାଗଲା, କିନ୍ତୁ ଏବେ ହଟାତ୍ ଏକ ସୀମା ଧାର‌୍ୟ୍ୟ କରାଯାଇଛି, ତା’ପରେ ଏମଏସପି ମିଳୁନାହିଁ। ଏହା ଚାଷୀଙ୍କ ସହିତ ସିଧାସଳଖ ଧୋକା। ସରକାର କହିଲେ, ଛାତ୍ରଛାତ୍ରୀମାନଙ୍କୁ ୟୁନିଫର୍ମ ବଣ୍ଟନ ହୋଇଛି, କିନ୍ତୁ ବାସ୍ତବତା ହେଉଛି—ଶିକ୍ଷାବର୍ଷ ସମାପ୍ତି ନିକଟରେ ପହଞ୍ଚିଗଲା, ତଥାପି ଅନେକ ପିଲା ଆଜି ପର‌୍ୟ୍ୟନ୍ତ ୟୁନିଫର୍ମ ପାଇନାହାନ୍ତି।

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କନ୍ୟା ପିତାଙ୍କୁ ଆର୍ଥିକ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଗଲା, କିନ୍ତୁ ଅନେକ ମାମଲାରେ ସେହି ସହାୟତା ମିଳିନାହିଁ। ପରିସ୍ଥିତି ଏତେ ଦୟନୀୟ ଯେ, ବିବାହ ପରେ ମଧ୍ୟ କେତେକ କନ୍ୟା ଶ୍ୱଶୁରଘରକୁ ଯାଇପାରିନାହାନ୍ତି। ଏହି ଘଟଣାଗୁଡ଼ିକ ଖବରକାଗଜରେ ଆସିଛି। ସେ ଆହୁରି ପ୍ରଶ୍ନ କରିଥିଲେ ଯେ, ଏହି ସରକାର ଆସିକି କଣ କରୁଛି? ଉତ୍ତର ହେଉଛି, କିଛି ନୁହେଁ। ଗୋଟିଏ ପଟେ ଗଛ ଲଗାଇବାକୁ କୁହାଯାଉଛି, ଅନ୍ୟ ପଟେ ଉନ୍ନତି ଓ ଘର ନିର୍ମାଣ ନାଁରେ ଗଛ କଟାଯାଉଛି। ୧୯ ମାସରେ ଏହି ସରକାର ୧୯ଟି ପ୍ରତିଶ୍ରୁତି ମଧ୍ୟ ପୂରଣ କରିପାରିନାହିଁ। ଶାସନ ପରିବର୍ତ୍ତେ ପ୍ରତ୍ୟେକ କ୍ଷେତ୍ରରେ ୟୁ-ଟର୍ନ ପରେ ୟୁ-ଟର୍ନ ଦେଖିବାକୁ ମିଳୁଛି। ପ୍ରଦେଶ କଂଗ୍ରେସ ସରକାରଙ୍କୁ ଦାବି କରୁଛି, ସରକାର ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ ଓ ସିଧା ରାସ୍ତାରେ ଚାଲନ୍ତୁ। ନହେଲେ ଓଡ଼ିଶାର ଭବିଷ୍ୟତ ଅନ୍ଧକାରରେ ଠେଲି ହୋଇଯିବ ବୋଲି ଡଃ ପଟ୍ଟନାୟକ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking